- ଯେ ପର୍ଯ୍ୟନ୍ତ ମହିଳା ନିର୍ଯ୍ୟାତନା ଘଟଣାର ଗୃହ କମିଟି ଗଠନ କରାଯାଇନାହିଁ ସେ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଦଳ ବିଧାନ...
- ଜନସଂଖ୍ୟା ଆଧାରରେ ଡିଲିମିଟେସନ ହେଲେ ଅର୍ଥ କମିଶନରେ ଅର୍ଥ କମ ମିଳିବ- ବିଜେଡି
- ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ଆସୁଛି ନୂଆ ନିର୍ଦ୍ଦେଶାବଳୀ
- ନବ ଦାସ ହାତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି- ଜୟ ନାରାୟଣ ମିଶ୍ର
- ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଚାକିରି ହରାଇଛନ୍ତି 159ଜଣ
ପୃଥିବୀକୁ ଫେରିଲେ ସୁନୀତା ୱିଲିୟମ, ନାସା କଲା ସ୍ୱାଗତ

ଫ୍ଲୋରିଡା, 19 ମାର୍ଚ୍ଚ:- ନ୍ୟାସନାଲ ଏରୋନେଟିକ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ ସହ ଜଡିତ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ ଓ ବୁଚ ୱିଲମୋର ପୃଥିବୀକୁ ଫେରିଛନ୍ତି । ଫ୍ଲୋରିଡା କୂଳରେ ତାଙ୍କର ସଫଳ ଲ୍ୟାଣ୍ଡିଂ ହୋଇଛି । ଉଭୟ ମହାକାଶଯାତ୍ରୀଙ୍କୁ ନେଇ ସ୍ପେସଏକ୍ସ କ୍ରୁ-9 ପୃଥିବୀକୁ ଫେରିଛି । ନାସାର ଏହି ଦୁଇ ମହାକାଶଯାତ୍ରୀ ମାତ୍ର 8 ଦିନ ମିଶନରେ ଯାଇଥିଲେ । ଟେକ୍ନିକାଲ ତ୍ରୁଟି କାରଣରୁ ଉଭୟ 9ମାସ 13 ଦିନ ଯାଏ ମହାକାଶରେ ଫସିରହିଥିଲେ । ନାସାରେ ନିଜ ୱେବସାଇଟରେ ଲେଖିଛି ଯେ- ଘରକୁ ଆପଣଙ୍କୁ ସ୍ୱାଗତ ! ନାସାର ସ୍ପେସଏକ୍ସ କ୍ରୁ-9 ବିଜ୍ଞାନ ମିଶନ ପରେ ପୃଥିବୀକୁ ଫେରିଆସିଛି । ଏବେ ସମସ୍ତ ଭେଟିବେ ନିଜ ପରିବାରକୁ- ନାସାର ୱେବସାଇଟ୍ ଅନୁଯାୟୀ, ନିକ୍ ହେଗ୍, ସୁନୀତା ୱିଲିୟମ, ବୁଚ୍ ୱିଲମୋର ଓ ରୋସ୍କୋସ୍ମୋସର ମହାକାଶଚାରୀ ଆଲେକ୍ସଜାଣ୍ଡାର୍ ଗୌରବୁନୋଭପୂର୍ବ ସମୟ ସନ୍ଧ୍ୟା 5:57 ସମୟରେ ପୃଥିବୀକୁ ଫେରିଛନ୍ତି। ସ୍ପେସଏକ୍ସ ରିକଭରୀ ଜାହନରେ ଥିବା ଟିମ ମହାକାଶଯାନ ଏବଂ ଏହାର ଚାଳକମାନଙ୍କୁ ବାହାରକୁ ବାହାରି କରିଛନ୍ତି ।ଉପକୂଳକୁ ଫେରିବା ପରେ, ଚାଳକ ଦଳ ହ୍ୟୁଷ୍ଟନରେ ନାସାର ଜନସନ ସ୍ପେସ୍ ସେଣ୍ଟରକୁ ଉଡାଣ ଭରିବେ ।ସମସ୍ତେ ସେଠାରେ ସେମାନଙ୍କ ପରିବାରକୁ ଭେଟିବେ ।ନାସାର ସ୍ପେସଏକ୍ସ କ୍ରୁ-9 ମଙ୍ଗଳବାର ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ପାଇଁ ଏଜେନ୍ସିର ନବମ ବାଣିଜ୍ୟିକ କ୍ରୁ ଷ୍ଟେସନ ମିଶନକୁ ପୂରଣ କରିଛି । ଆମେରିକାରର ଫ୍ଲୋରିଡାର ତଲ୍ହାସୀ ଉପକୂଳରୁ ସ୍ପେସଏକ୍ସ ଡ୍ରାଗନ ମହାକାଶ ଯାନରେ ସୁରକ୍ଷିତ ଭାବେ ଅବତରଣ କରିଛି ।
ଜେନେଟ ପେଟ୍ରୋ କହିଲେ-ଏହା ଟ୍ରମ୍ପଙ୍କ କାରଣରୁ ସମ୍ଭବ ହୋଇଛି ନାସାର କାର୍ଯ୍ୟକାରୀ ପ୍ରଶାସନ ଜେନେଟ ପେଟ୍ରୋ କହିଛନ୍ତି ଯେ, ଆମେ ସୁନୀତା, ବୁଚ, ନିକ୍ ଓ ଆଲେକଜାଣ୍ଡରଙ୍କ ସୁରକ୍ଷିତ ଘର ଫେରିବାକୁ ନେଇ ରୋମାଂଚିତ । ସେ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ନାସା ଓ ସ୍ପେସଏକ୍ସର ଏକମାସର ପରିଶ୍ରମ ସଫଳ ହୋଇଛି ।
ଅନ୍ତର୍ଜାତୀୟ ଚାଳକ ଦଳ ଓ ପୃଥିବୀରେ ଥିବା ଆମେ ଟିମ୍ ସମସ୍ତଙ୍କୁ ଘରକୁ ଫେରାଇଆଣିବା ପାଇଁ କଠୋର ପରିଶ୍ରମ କରିଛନ୍ତି । ନାସାର ଏଭଳି ମିଶନ ମାନବତାର ଲାଭ ପାଇଁ ଅଟେ । ହେଗ ଓ ଗୌରବୁନୋଭ 2024 ସେପ୍ଟେମ୍ବର 28 ଦ୍ୱିପ୍ରହର 1.17 ମିନିଟ ସମୟରେ ଫ୍ଲୋରିଡାର କେପ କେନାଭରେଲ ସ୍ପେସ ଫୋର୍ସ ଷ୍ଟେସନର ସ୍ପେସ ଲଂଚ କମ୍ପ୍ଲେକ୍ସ 40ରୁ ସ୍ପେସଏକ୍ସ ଫାଲକନ 9 ରକେଟରେ ଉଡାଣ ଭରିଥିଲା । ସୁନୀତା ୱିଲିୟମ ଓ ଭିଲମୋରଙ୍କୁ ବୋଇଂଗର ଷ୍ଟାରଲାଇନର ମହାକାଶ ଯାନ ଓ ୟୁନାଇଟେଡ ଲଂଚ ଆଲାଏନ୍ସ ଆଟଲାସ ବି ରକେଟରେ 2024 ଜୁନ 5ରେ ସ୍ପେସ ଲଂଚ କମ୍ପ୍ଲେକ୍ସ 41ରେ ଏଜେନ୍ସିର ବୋଇଂଗ କ୍ରୁ ଫ୍ଲାଇଟ ଟେଷ୍ଟର ଅଂଶ ଭାବେ ଲଂଚ କରାଯାଇଥିଲା ।NASA Astronauts Back on Earth After 9 Months In Space #fastmail #SunitaWilliams #AstronautsReturn #FMNews pic.twitter.com/wFgUV3BaG1
Fast Mail News (@FastMailNews) March 19, 2025
ଉଭୟେ ଜୁନ 6ରେ ମହାକାଶ ଷ୍ଟେସନରେ ପହଂଚିଥିଲେ । ମିଶନ ସମୟରେ 121,347,491 ମାଇଲ୍ ଯାତ୍ରା- କୁହାଯାଉଛି ଯେ, ସୁନୀତା ୱିଲିୟମ ଓ ୱିଲମୋର ନିଜ ମିଶନ ସମୟରେ 121,347,491 ମାଇଲର ଯାତ୍ରା କରିଛନ୍ତି । ମହାକାଶରେ 286 ଦିନ ବିତାଇବା ଓ ପୃଥିବୀକୁ ଚାରିପଟୁ ଓ 4576 ପରିକ୍ରମା ପୂରଣ କରିଛନ୍ତି । ହେଗ ଓ ଗୌରବୁନୋଭ ସେମାନଙ୍କ ମିଶନ ସମୟରେ 72,553,920 ମାଇଲ ଯାତ୍ରା କରିଛନ୍ତି । ମହାକାଶରେ 171 ଦିନ ବିତାଇବା ଓ ପୃଥିବୀର ଚାରିପଟୁ ଓ 2736 ପରିକ୍ରମା ପୂରଣ କରିଛନ୍ତି । ହେଗ ତାଙ୍କର ଦୁଇ ମିଶନରେ ମହାକାଶରେ 374 ଦିନ ଓ ୱିଲିୟମ ତାଙ୍କର ତିନି ଉଡାଣରେ ମହାକାଶରେ 608 ଦିନ ବିତାଇଛନ୍ତି । ୱିଲମୋର ତାଙ୍କର ତିନି ଉଡାଣରେ ମହାକାଶରେ 464 ଦିନ ବିତାଇଛନ୍ତି । ଦୁଇଥର ସ୍ପେସୱାକ କଲେ ମହାକାଶ ପରୀ- ସୁନୀତା ୱିଲିୟମ ଦୁଇଥର ସ୍ପେସୱାକ କରିଛନ୍ତି । ଗୋଟିଏରେ ତାଙ୍କ ସହ ୱିଲମୋର ଓ ଅନ୍ୟଟିରେ ହେଗ ସାମିଲ ଥିଲେ । ମହାକାଶରେ 9ଶହ ଘଂଟାରୁ ଅଧିକ ସମୟ ଯାଏ ଗବେଷଣା ସହିତ 150ରୁ ଅଧିକ ଅଦ୍ୱିତୀୟ ବୈଜ୍ଞାନକ ପ୍ରୟୋଗ କରାଯାଇଛି । ଏହି ଗବେଷଣାରେ ଚାରା ବୃଦ୍ଧି ଓ ଗୁଣବତ୍ତା ଉପରେ ଯାଂଚ କରାଯାଇଥିଲା, ଏହାସହିତ ରକ୍ତ ରୋକ, ଅଟୋଇମ୍ୟୁନ ବିକାର ଓ କ୍ୟାନସରକୁ ସଂବୋଧିତ କରିବା ପାଇଁ ଷ୍ଟେମ ସେଲ ଟେକନିକର କ୍ଷମତା ବି ସାମିଲ ଥିଲା । ସେ ମହାକାଶଚାରୀଙ୍କୁ ସର୍କେଡିୟନ ଲୟ କରିବାରେ ସହଯୋଗ କରିବା ପାଇଁ ପ୍ରକାଶ ବ୍ୟବସ୍ଥାର ବି ପରୀକ୍ଷଣ କରିଥିଲେ ।
ସୁନୀତାଙ୍କ ପୈତୃକ ଗାଁରେ ଉତ୍ସବ- ଭାରତୀୟ ସମୟାନୁସାରେ ସକାଳ 3.27 ମିନିଟ ସମୟରେ ଅର୍ବିଟ ବର୍ନର ପ୍ରଯୋଗ ପୂରା ହେବା ପରେ ଫ୍ଲୋରିଡାର ଉପକୂଳରେ ମହାକାଶ ପରୀ ଓହ୍ଲାଇବା ମାତ୍ରେ ହିଁ ସୁନୀତା ୱିଲିୟମଙ୍କ ଗୁଜରାଟ ସ୍ଥିତ ପୈତୃକ ଗାଁରେ ଉତ୍ସବ ଆରମ୍ଭ ହୋଇଥିଲା । ଇତିହାସ ରଚି ପୃଥିବୀରେ ସକୁଶଳ ଫେରିଥିବା ସୁନୀତା ୱିଲିୟମଙ୍କ ସ୍ୱାଗତ ସମୁଦ୍ରରେ ପହଁରୁଥିବା ଡଲଫିନ୍ କରିଥିଲେ । ଯେତେବେଳେ ସେମାନଙ୍କ କ୍ୟାପସୁଲ ପାଣିରେ ଓହ୍ଲାଇଥିଲା, ସେତେବେଳେ ସେମାନଙ୍କ ଆଖପାଖରେ ବହୁସଂଖ୍ୟାରେ ଡଲଫିନ ଥିଲେ । ଏହାପରେ ସେମାନଙ୍କୁ ରିକଭରି ପୋତରୁ କ୍ୟାପସୁଲରୁ ବାହାର କରାଯାଇଥିଲା ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନୀତା ୱିଲିୟମଙ୍କୁ ଚିଠି ଲେଖି ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ମାର୍ଚ୍ଚ ପହିଲାରେ ଲେଖାଯାଇଥିବା ଏବଂ ନାସାର ପୂର୍ବତନ ମହାକାଶ ଯାତ୍ରୀ ମାଇକ ମେସିମିନୋ ମାଧ୍ୟମରେ ପଠାଯାଇଥିବା ଏହି ପତ୍ରକୁ କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏକ୍ସରେ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପତ୍ର ଲେକି କହିଛନ୍ତି ଯେ, ଆପଣ ହଜାର ହଜାର ମାଇଲ ଦୂରରେ ଅଛନ୍ତି ସତ, କିନ୍ତୁ ଆପଣ ଆମ ହୃଦୟ ନିକଟରେ ଅଛନ୍ତି । ଭାରତର ଲୋକ ଆପଣଙ୍କ ଉତମ ସ୍ୱାସ୍ଥ୍ୟ ଓ ଆପଣଙ୍କ ମିଶନର ସଫଳତା ପାଇଁ ପ୍ରାର୍ଥନା କରୁଛନ୍ତି । ଆପଣ ଫେରିବା ପରେ ଆମେ ଭାରତରେ ଆପଣଙ୍କୁ ଭେଟିବା ପାଇଁ ଉତ୍ସୁକ ଅଛୁ ।ଭାରତ ପାଇଁ ତାର ସବୁଠୁ ଚମତ୍କାର ଝିଅ ମଧ୍ୟରୁ ଜଣଙ୍କୁ ଆତିଥ୍ୟ ଦେବା ଖୁସିର କଥା ହେବ ।