Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଉତ୍ତର ଚୀନର ନର୍ସିଂହୋମରେ ଭୟାବହ ଅଗ୍ନିକାଣ୍ଡ, 20 ମୃତ
FMNEWS.IN
09-04-2025
ଶିଜିୟାଝାଆଂଗ, 9 ଏପ୍ରିଲ୍ - ଉତର ଚୀନର ହେବେଇରେ ଏକ ନର୍ସିଂହୋମରେ ନିଆଁ ଲାଗିବା କାରଣରୁ ଅତିକମରେ 20ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ରାତି ପ୍ରାୟ 9ଟା ବେଳେ ଚେଂଗଡେ ସହରର ଲୋଂଗହୁଆ କାଂଉଟିରେ ଲାଗିଛି । ବୁଧବାର ସକାଳ 3ଟା ବେଳେ ପ୍ରାୟ 20 ଲୋକଙ୍କ ମୃତ୍ୟୁ ହୋଇଛି । ନିଆଁ ଲାଗିବାର କାରଣ ଖୋଜାଯାଉଛି । ନର୍ସିଂହୋମରେ ନିଆଁ ଲାଗିବା ପରେ ସୁରକ୍ଷିତ ଭାବେ ବାହାର କରାଯାଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଆଁରେ ପୋଡି ହୋଇଥିବା ଲୋକଙ୍କ ସଂଖ୍ୟାର ଖୁଲାସା କରାଯାଇନି ।