- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ଟ୍ରମ୍ପ୍ଙ୍କ ମାନହାନି ମାମଲା: ରାଷ୍ଟ୍ରପତି ଫାଉଣ୍ଡେସନ୍କୁ ୧୫ ନିୟୁତ ଡଲାର ଓ କ୍ଷମା ମାଗିବ ଏବିସି ନ୍ୟୁଜ୍
ୱାସିଂଟନ୍: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରି ମାନହାନୀ ମାମଲାରେ ଫସିଥିଲେ ଆମେରିକାର ଅନ୍ୟତମ ପ୍ରଭାବଶାଳୀ ଗଣମାଧ୍ୟମ ପ୍ରତିଷ୍ଠାନ ଏବିସି ନ୍ୟୁଜ୍। ଆଜି ଏହି ମାମଲାରେ ସମାଧାନ ନିମନ୍ତେ ଏବିସି ନ୍ୟୁଜ୍ କର୍ତ୍ତୃପକ୍ଷ ରାଜି ହୋଇଛନ୍ତି। ସର୍ତ୍ତ ଅନୁସାରେ, ଏବିସି ନ୍ୟୁଜ୍ ପ୍ରେସିଡେନ୍ସିଆଲ୍ ଫାଉଣ୍ଡେସନ୍ ଓ ମ୍ୟୁଜିଅମ୍କୁ ୧୫ ନିୟୁତ ଆମେରିକୀୟ ଡଲାର ପ୍ରଦାନ କରିବ। ଏହା ସହ ଆଇନ ପରିଚାଳନା ବାବାଦକୁ ଟ୍ରମ୍ଫ କରିଥିବା ଖର୍ଚ୍ଚ ୧ ନିୟୁତ ଡଲାର ମଧ୍ୟ ପ୍ରଦାନ କରିବ।
କେବଳ ସେତିକି ନୁହେଁ, ସର୍ବସାଧାରଣରେ ଏନେଇ କ୍ଷମାଯାଚନା କରିବ। ଏବିସି ନ୍ୟୁଜ୍ ପକ୍ଷରୁ ଜାରି କ୍ଷମା ଯାଚନାରେ ଉଲ୍ଲେଖ ରହିଛି, ୧୦ ମାର୍ଚ୍ଚ ୨୦୨୪ରେ ପ୍ରସାରିତ କାରୋଲିନାର ରିପବ୍ଲିକାନ୍ ପ୍ରାର୍ଥୀ ନାନ୍ସି ମେସ୍ଙ୍କ ସହ ଉଦ୍ଘୋଷକ ଜଜ୍ ଷ୍ଟେଫାନୋପୋଲୁସ୍ଙ୍କ ସାକ୍ଷାତକାରରେ ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପ୍ଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ନିମନ୍ତେ ଏବିସି ନ୍ୟୁଜ୍ ଓ ଉଦ୍ଘୋଷକ ଜଜ୍ ଷ୍ଟେଫାନୋପୋଲୁସ୍ ଦୁଃଖିତ। ଅପରପକ୍ଷରେ, ଏବିସି ନ୍ୟୁଜ୍ର ମୁଖପାତ୍ର କହିଛନ୍ତି, ଆମେ ଖୁସିଯେ ଉଭୟ ପକ୍ଷ ଏକ ବୁଝାମଣାରେ ପହଞ୍ଚିଛନ୍ତି। ସର୍ତ୍ତପାଳନପୂର୍ବକ କୋର୍ଟରେ ଦାଖଲ ହୋଇଥିବା ମାମଲାକୁ ଖାରଜ କରିବାକୁ ରାଜି ହୋଇଛନ୍ତି।