- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ମୋ ବିନା ନିର୍ବାଚନ ହାରିଯାଇଥାନ୍ତେ ଟ୍ରମ୍ପ- ମସ୍କ
ୱାଶିଂଟନ :- ଅମେରିକୀୟ ଅରବପତି ଏବଂ ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ପୁଣିଥରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ମସ୍କ କହିଛନ୍ତି, ମୋର ବିନା ଟ୍ରମ୍ପ 2024 ର ନିର୍ବାଚନ ଜିତିପାରିନଥାନ୍ତେ। ଏହାସହିତ ଟ୍ରମ୍ପଙ୍କ ଉପରେ ଅକୃତଜ୍ଞତା ଦେଖାଇବାର ଅଭିଯୋଗ ମଧ୍ୟ ଲଗାଇଛନ୍ତି।ଏହି ବୟାନ ସେତେବେଳେ ଆସିଛି ଯେତେବେଳେ କିଛି ସମୟ ପୂର୍ବରୁ ଟ୍ରମ୍ପ, ମସ୍କ ପ୍ରତି ତାଙ୍କର ଗଭୀର ନିରାଶା ପ୍ରକାଶ କରିଥିଲେ। ଗତ ମାସରେ ଡିଓଜିଇ (ଡିପାର୍ଟମେଣ୍ଟ ଅଫ ଗ୍ରିନ ଏନେର୍ଜି) ପ୍ରମୁଖ ପଦରୁ ଅପସାରିତ ହେବା ପରେ ମସ୍କ ଲାଗାତାର ଟ୍ରମ୍ପ ପ୍ରଶାସନଙ୍କ ପ୍ରସ୍ତାବିତ କର ନୀତି ଓ ବିଶେଷକରି ଇଲେକ୍ଟ୍ରିକ୍ ଭେହିକଲ୍ (ଇଭି) ଶିଳ୍ପ ଉପରେ ତାହାର ପ୍ରଭାବ ବିଷୟରେ ବିରୋଧ କରୁଛନ୍ତି। ମସ୍କ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ମୋ ବିନା ଟ୍ରମ୍ପ ନିର୍ବାଚନ ହାରିଯାଇଥାନ୍ତେ। ଡେମୋକ୍ର୍ୟାଟ୍ମାନେ ହାଉସ୍ ଉପରେ ନିୟନ୍ତ୍ରଣ କରିଥାନ୍ତେ ଏବଂ ସିନେଟ୍ରେ ରିପବ୍ଲିକାନ୍ମାନେ କେବଳ 51-49 ରହିଥାନ୍ତା।
ଏହା ପରେ ସେ ଆଉ ଗୋଟିଏ ପୋଷ୍ଟରେ ଲେଖିଛନ୍ତି ଯେ, ଏତେ ଅକୃତଜ୍ଞତା!ଖବରମାନଙ୍କ ଅନୁସାରେ, ଏଲନ୍ ମସ୍କ 2024 ର ନିର୍ବାଚନ ଅଭିଯାନରେ ଟ୍ରମ୍ପଙ୍କ ସମର୍ଥନରେ ପ୍ରାୟ 250 ମିଲିଅନ୍ ଡଲାର ଖର୍ଚ୍ଚ କରିଥିଲେ। ଟ୍ରମ୍ପଙ୍କୁ ହ୍ୱାଇଟ୍ ହାଉସ୍ ଫେରିପାଇବାରେ ତାଙ୍କର ଭୂମିକାକୁ ମସ୍କ ଗୁରୁତ୍ୱପୂର୍ଣ୍ଣ ମାନନ୍ତି।