ଆମେରିକାର ପୁଲର୍ଟନ ସହରରେ ବିମାନ ଗୋଦାମକୁ ଧକ୍କା ଦେଇ ଦୁଇଜଣଙ୍କର ମୃତ୍ୟୁ ଘଟିଛି,18ଜଣ ପୋଡି ଯାଇଛନ୍ତି

ୱାଶିଂଟନ3 ଜାନୁଆରୀ (FMNews)-ଦକ୍ଷିଣ କାର୍ଲିଫନିୟାର ଫୁଲର୍ଟନ ସହରରେ ଗୁରୁବାର ହୋଇଥିବା ବିମାନ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛିଏବଂ ଅତିକମରେ 18ଜଣ ପୋଡି ଯାଇଛନ୍ତି।କୁହାଯାଉଛି ଯେ ଏକ ଛୋଟ ବିମାନ ବ୍ୟବସାୟିକ ଗୋଦାମର ଛାତରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏହି ସମୟରେ ନିଆଁ ଲାଗିଯାଇଥିଲା।ଗୋଦାମରୁ 100 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଲାଁସ ଏନ୍ଜେଲ୍ସ ଟାଇମ୍ସ ଖବରକାଗଜ ଅନୁଯାୟୀ ପୁର୍ଲଟନ ପୋଲିସର ମୁଖପାତ୍ର କ୍ରିସ୍ଟ୍ରୀ ବେଲ୍ସ କହିଛନ୍ତି ଯେ ପୋଲିସ ଗୁରୁବାର ଅପରାହ୍ନ 2ଟାଟ ସମୟରେ ଅରେଞ୍ଜ କାଉଣ୍ଟୀର ଫୁଲର୍ଟନ ସହରରେ ହୋଇଥିବା ବିମାନ ଦୁର୍ଘଟଣାର ସୁଚନା ମିଳିଥିଲା। ଅଗ୍ନିଶମବାହିନୀର କର୍ମୀ ଏବଂ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଆଖପାଖ ଭବନକୁ ଖାଲି କରିଥିଲେ।ନିଆଁ ଗୋଦାମକୁ ନଷ୍ଟ କରିଦେଇଛି।ଗୋଦାମରେ ସିଲେଇ ମେସିନ ଏବଂ ପୋଷାକର ଷ୍ଟକ ଗୋଦାମରେ ରଖାଯାଇଥିଲା।ଏହି ଦୁର୍ଘଟଣା ପୁଲର୍ଟନ ମ୍ୟୁନସିପାଲ ବିମାନବନ୍ଦର ଠାରୁ ପ୍ରାୟ ଅଧା ମାଇଲ ଦୁରରେ ଘଟିଛି।ପୋଡି ଯାଇଥିବା ଲୋକଙ୍କ ଚିକିତ୍ସା ପାଇଁ ନିକଟସ୍ଥ ବ୍ୟବସ୍ଥା କରାଯାଇଥିଲା।ଦୁର୍ଘଟଣାଗ୍ରସ୍ତ ବିମାନର ଗୋଟିଏ ଇଞ୍ଜିନ ଭ୍ୟାନ ଆରୱୀ-10 ବୋଲି ଚିହ୍ନଟ କରାଯାଇଛି।