Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଋଷ ଜେନେରାଲଙ୍କୁ କାରରେ ଉଡାଇଲା ୟୁକ୍ରେନ, ଜଣେ ଗିରଫ
FMNEWS.IN
27-04-2025
ମସ୍କୋ, 27 ଏପ୍ରିଲ୍ - ଋଷ ଜେନେରାଲଙ୍କୁ ବୋମା ବିସ୍ଫୋରଣରେ ଉଡାଇବା ମାମଲାରେ ଖୁଲାସା ହୋଇଛି । ଜଣାପଡିଛି ଯେ, ୟୁକ୍ରେନର ଜଣେ ଗୁଇନ୍ଦା ଅଧିକାରୀ ଋଷ ଜେନେରାଲଙ୍କୁ କାରରେ ବିସ୍ଫୋରଣ କରି ଉଡାଇ ଦେଇଥିଲେ । ଏହି ବିସ୍ଫୋରଣ ରିମୋଟ କଂଟ୍ରୋଲ ଜରିଆରେ କରାଯାଇଥିଲା । ଏହି ମାମଲାରେ ଋଷର ତଦନ୍ତକାରୀ ସଂସ୍ଥା ୟୁକ୍ରେନର ଗୁଇନ୍ଦା ଏଜେନ୍ସିର ଅଧିକାରୀ ଇଗ୍ନୋତ କୁଜିନଙ୍କୁ ଗିରଫ କରାଯାଇଛି । ପୁଟିନଙ୍କ ନିକଟତମ ମେଜର ଜେନେରାଲ ୟାରୋସ୍ଲାଭ ମୋସ୍କୋଲିକ ଶନିବାର ତାଙ୍କ କାରରେ ବସିବାକୁ ଯାଉଥିଲେ । ସେତିକି ବେଳେ ହିଁ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ମେଜର ଜେନେରାଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।