Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଋଷ ଜେନେରାଲଙ୍କୁ କାରରେ ଉଡାଇଲା ୟୁକ୍ରେନ, ଜଣେ ଗିରଫ
FMNEWS.IN
27-04-2025
ମସ୍କୋ, 27 ଏପ୍ରିଲ୍ - ଋଷ ଜେନେରାଲଙ୍କୁ ବୋମା ବିସ୍ଫୋରଣରେ ଉଡାଇବା ମାମଲାରେ ଖୁଲାସା ହୋଇଛି । ଜଣାପଡିଛି ଯେ, ୟୁକ୍ରେନର ଜଣେ ଗୁଇନ୍ଦା ଅଧିକାରୀ ଋଷ ଜେନେରାଲଙ୍କୁ କାରରେ ବିସ୍ଫୋରଣ କରି ଉଡାଇ ଦେଇଥିଲେ । ଏହି ବିସ୍ଫୋରଣ ରିମୋଟ କଂଟ୍ରୋଲ ଜରିଆରେ କରାଯାଇଥିଲା । ଏହି ମାମଲାରେ ଋଷର ତଦନ୍ତକାରୀ ସଂସ୍ଥା ୟୁକ୍ରେନର ଗୁଇନ୍ଦା ଏଜେନ୍ସିର ଅଧିକାରୀ ଇଗ୍ନୋତ କୁଜିନଙ୍କୁ ଗିରଫ କରାଯାଇଛି । ପୁଟିନଙ୍କ ନିକଟତମ ମେଜର ଜେନେରାଲ ୟାରୋସ୍ଲାଭ ମୋସ୍କୋଲିକ ଶନିବାର ତାଙ୍କ କାରରେ ବସିବାକୁ ଯାଉଥିଲେ । ସେତିକି ବେଳେ ହିଁ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ମେଜର ଜେନେରାଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।