- ବିହାରରେ ୧୭ରୁ ଆରମ୍ଭ ହେବ ଇଣ୍ଡିଆ ମେଂଟର ଭୋଟ୍ ଅଧିକାର ଯାତ୍ରା
- ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିଜେପି ସବୁବେଳେ ନଷ୍ଟ କରି ଆସୁଛି : ଭକ୍ତ ଚରଣ ଦାସ୍
- ସରକାରୀ ବିଲ୍ଡିଂ ରଙ୍ଗ ପରିବର୍ତ୍ତନରେ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ
- ଭୋଟ ଚୋରି ମାଧ୍ୟମରେ ଗଣତନ୍ତ୍ରକୁ ହତ୍ୟା କରିଛି ବିଜେପି- ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
- ନାରୀଙ୍କ ପାଇଁ ଅସୁରକ୍ଷିତ ହେଉଛି ଓଡ଼ିଶା, କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର : ଭକ୍ତ
ଜାତିସଂଘର ମହାସଚିବ କହିଛନ୍ତି- ଲୋକଙ୍କ ସ୍ୱାଧୀନତା ପାଇଁ ସାମ୍ବାଦିକତାର ସ୍ୱାଧୀନତା ଜରୁରୀ

ନୂଆଦିଲ୍ଲୀ:- ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ (୩ ମଇ) ଅବସରରେ ଜାତିସଂଘର ମହାସଚିବ ଏନ୍ଟୋନିଓ ଗୁଟେରେସ ଏକ ବାର୍ତା ଜାରି କରିଛନ୍ତି ଯେଉଁଥିରେ ସେ ଲୋକଙ୍କ ସ୍ୱାଧୀନତା ପାଇଁ ସାମ୍ବାଦିକତାର ସ୍ୱାଧୀନତାକୁ ଅତ୍ୟାବଶ୍ୟକ ବୋଲି ବର୍ଣ୍ଣନା କରିଛନ୍ତି। ଗୁଟେରସ୍ କହିଛନ୍ତି ଯେ ସ୍ୱାଧୀନ ଏବଂ ନିରପେକ୍ଷ ସାମ୍ବାଦିକତା ସମସ୍ତଙ୍କ ହିତରେ ଏବଂ ଏହା ଉତରଦାୟିତ୍ୱ, ନ୍ୟାୟ, ସମାନତା ଏବଂ ମାନବାଧିକାରର ମେରୁଦଣ୍ଡ।
ଆଜି ସାମ୍ବାଦିକମାନେ ଆକ୍ରମଣ, ଅଟକ, ସେନ୍ସରସିପ୍ ଏବଂ ହିଂସାର ସମ୍ମୁଖୀନ ହେଉଥିବା ନେଇ ଗୁଟେରେସ୍ ଚିନ୍ତା ପ୍ରକାଶ କରିଛନ୍ତି। ସେ ଯୁଦ୍ଧ କ୍ଷେତ୍ରରେ, ବିଶେଷକରି ଗାଜାରେ ବଢ଼ୁଥିବା ସାମ୍ବାଦିକଙ୍କ ମୃତ୍ୟୁ ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଯେତେବେଳେ ସାମ୍ବାଦିକମାନେ ସୁରକ୍ଷିତ ଭାବରେ ସେମାନଙ୍କର କାମ କରିପାରିବେ ନାହିଁ, ଏହା ସମସ୍ତଙ୍କ ପାଇଁ କ୍ଷତି।
ଏହି ବର୍ଷର ବିଷୟବସ୍ତୁ ଉପରେ ଆଲୋକପାତ କରି ସେ କହିଥିଲେ ଯେ କୃତ୍ରିମ ବୁଦ୍ଧିମତା (ଏଆଇ) ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମର୍ଥନ କିମ୍ବା ଦମନ କରିପାରେ। ସେ ପକ୍ଷପାତପୂର୍ଣ୍ଣ ଆଲଗୋରିଦମ ଏବଂ ମିଥ୍ୟା ସୂଚନାକୁ ସୂଚନା ପରିବେଶ ପାଇଁ ବିପଦ ବୋଲି କହିଥିଲେ। ଏହି ବିପଦଗୁଡ଼ିକର ମୁକାବିଲା ପାଇଁ ସଠିକ୍, ଯାଂଚଯୋଗ୍ୟ ଏବଂ ତଥ୍ୟ-ଭିତିକ ସୂଚନାକୁ ସବୁଠାରୁ ପ୍ରଭାବଶାଳୀ ଉପାୟ ଭାବରେ ଗୁଟେରେସ୍ ବର୍ଣ୍ଣନା କରିଛନ୍ତି।