- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ଜାତିସଂଘର ମହାସଚିବ କହିଛନ୍ତି- ଲୋକଙ୍କ ସ୍ୱାଧୀନତା ପାଇଁ ସାମ୍ବାଦିକତାର ସ୍ୱାଧୀନତା ଜରୁରୀ
ନୂଆଦିଲ୍ଲୀ:- ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ (୩ ମଇ) ଅବସରରେ ଜାତିସଂଘର ମହାସଚିବ ଏନ୍ଟୋନିଓ ଗୁଟେରେସ ଏକ ବାର୍ତା ଜାରି କରିଛନ୍ତି ଯେଉଁଥିରେ ସେ ଲୋକଙ୍କ ସ୍ୱାଧୀନତା ପାଇଁ ସାମ୍ବାଦିକତାର ସ୍ୱାଧୀନତାକୁ ଅତ୍ୟାବଶ୍ୟକ ବୋଲି ବର୍ଣ୍ଣନା କରିଛନ୍ତି। ଗୁଟେରସ୍ କହିଛନ୍ତି ଯେ ସ୍ୱାଧୀନ ଏବଂ ନିରପେକ୍ଷ ସାମ୍ବାଦିକତା ସମସ୍ତଙ୍କ ହିତରେ ଏବଂ ଏହା ଉତରଦାୟିତ୍ୱ, ନ୍ୟାୟ, ସମାନତା ଏବଂ ମାନବାଧିକାରର ମେରୁଦଣ୍ଡ।
ଆଜି ସାମ୍ବାଦିକମାନେ ଆକ୍ରମଣ, ଅଟକ, ସେନ୍ସରସିପ୍ ଏବଂ ହିଂସାର ସମ୍ମୁଖୀନ ହେଉଥିବା ନେଇ ଗୁଟେରେସ୍ ଚିନ୍ତା ପ୍ରକାଶ କରିଛନ୍ତି। ସେ ଯୁଦ୍ଧ କ୍ଷେତ୍ରରେ, ବିଶେଷକରି ଗାଜାରେ ବଢ଼ୁଥିବା ସାମ୍ବାଦିକଙ୍କ ମୃତ୍ୟୁ ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଯେତେବେଳେ ସାମ୍ବାଦିକମାନେ ସୁରକ୍ଷିତ ଭାବରେ ସେମାନଙ୍କର କାମ କରିପାରିବେ ନାହିଁ, ଏହା ସମସ୍ତଙ୍କ ପାଇଁ କ୍ଷତି।
ଏହି ବର୍ଷର ବିଷୟବସ୍ତୁ ଉପରେ ଆଲୋକପାତ କରି ସେ କହିଥିଲେ ଯେ କୃତ୍ରିମ ବୁଦ୍ଧିମତା (ଏଆଇ) ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମର୍ଥନ କିମ୍ବା ଦମନ କରିପାରେ। ସେ ପକ୍ଷପାତପୂର୍ଣ୍ଣ ଆଲଗୋରିଦମ ଏବଂ ମିଥ୍ୟା ସୂଚନାକୁ ସୂଚନା ପରିବେଶ ପାଇଁ ବିପଦ ବୋଲି କହିଥିଲେ। ଏହି ବିପଦଗୁଡ଼ିକର ମୁକାବିଲା ପାଇଁ ସଠିକ୍, ଯାଂଚଯୋଗ୍ୟ ଏବଂ ତଥ୍ୟ-ଭିତିକ ସୂଚନାକୁ ସବୁଠାରୁ ପ୍ରଭାବଶାଳୀ ଉପାୟ ଭାବରେ ଗୁଟେରେସ୍ ବର୍ଣ୍ଣନା କରିଛନ୍ତି।