Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଝେଲମରେ ହଠାତ୍ ବଢିଲା ଜଳସ୍ତର, ପାକିସ୍ତାନରେ ଆସିଲା ବନ୍ୟା
FMNEWS.IN
27-04-2025
ଇସଲମାବାଦ, 27 ଏପ୍ରିଲ୍ - ଝେଲମ ନଦୀରେ ହଠାତ୍ ଜଳସ୍ତର ବଢିବା କାରଣରୁ ପାକିସ୍ତାନ କବଜାରେ ଥିବା କଶ୍ମୀରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ନଦୀ କୂଳରେ ରହୁଥିବା ଲୋକେ ରାତିସାରା ପୂରା ଅନିଦ୍ରା ହୋଇଛନ୍ତି । ପାକିସ୍ତାନ ପ୍ରଶାସନ ହଟ୍ଟିୟନ ଅଂଚଳରେ ୱାଟର ଇମରଜେନ୍ସି ଘୋଷଣା କରିଛନ୍ତି । ଏହାସହିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି । ମସଜିଦରେ ବି ଲୋକଙ୍କୁ ବାରମ୍ବାର ସତର୍କ କରାଯାଇଛି । ଅନ୍ୟପଟେ ଭାରତ ଜାଣିଶୁଣି ନଦୀରେ ଅଧିକ ପାଣି ଛାଡିବା ନେଇ ଅଭିଯୋଗ କରିଛି । ଭାରତ ପକ୍ଷରୁ ଏବେ ଏହି ମାମଲାରେ କୌଣସି ପ୍ରତିକ୍ରିୟା ମିଳିନି ।