Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଝେଲମରେ ହଠାତ୍ ବଢିଲା ଜଳସ୍ତର, ପାକିସ୍ତାନରେ ଆସିଲା ବନ୍ୟା
FMNEWS.IN
27-04-2025
ଇସଲମାବାଦ, 27 ଏପ୍ରିଲ୍ - ଝେଲମ ନଦୀରେ ହଠାତ୍ ଜଳସ୍ତର ବଢିବା କାରଣରୁ ପାକିସ୍ତାନ କବଜାରେ ଥିବା କଶ୍ମୀରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ନଦୀ କୂଳରେ ରହୁଥିବା ଲୋକେ ରାତିସାରା ପୂରା ଅନିଦ୍ରା ହୋଇଛନ୍ତି । ପାକିସ୍ତାନ ପ୍ରଶାସନ ହଟ୍ଟିୟନ ଅଂଚଳରେ ୱାଟର ଇମରଜେନ୍ସି ଘୋଷଣା କରିଛନ୍ତି । ଏହାସହିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି । ମସଜିଦରେ ବି ଲୋକଙ୍କୁ ବାରମ୍ବାର ସତର୍କ କରାଯାଇଛି । ଅନ୍ୟପଟେ ଭାରତ ଜାଣିଶୁଣି ନଦୀରେ ଅଧିକ ପାଣି ଛାଡିବା ନେଇ ଅଭିଯୋଗ କରିଛି । ଭାରତ ପକ୍ଷରୁ ଏବେ ଏହି ମାମଲାରେ କୌଣସି ପ୍ରତିକ୍ରିୟା ମିଳିନି ।