- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
- ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
- ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
- ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
- ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
କେବେ ନିଜ ଆଲୋଚନାକୁ ବରଦାସ୍ତ କରିବି କଂଗ୍ରେସ- ନିର୍ମଳା ସୀତରମଣ
ନୂଆଦିଲ୍ଲୀ, 16 ଡିସେମ୍ବର - ସୋମବାର ରାଜ୍ୟସଭାରେ ସମ୍ବିଧାନର 75 ବର୍ଷର ଯାତ୍ରା ଉପରେ ବିତର୍କର ଆରମ୍ଭ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ବିଧାନରେ ଅନେକ ସଂଶୋଧନ ପାଇଁ କଂଗ୍ରେସ ପର୍ଟିକୁ ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି ଯେ, କଂଗ୍ରେସ ପାର୍ଟି କେବେ ବି ନିଜ ଆଲୋଚନାକୁ ବରଦାସ୍ତ କରିନାହିଁ ।
ଜରୁରୀକାଳୀନ ସମୟରେ ଗୀତକାର ମଜରୁହ ସୁଲତାନପୁରୀ ଓ ଅଭିନେତା ବଳରାଜ ସାହାନୀଙ୍କ ଗିରଫଦାରୀ କଥା ଉଠାଇ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଟାର୍ଗେଟ କରିଛନ୍ତି ।
ନିର୍ମଳା ସୀତାରମଣ କହିଛନ୍ତି ଯେ, ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଥମ ସମ୍ବିଧାନ ସଂଶୋଧନ 1951ରେ ନେହେରୁ ଆଣିଥିଲେ । ତାଙ୍କ ମତକୁ ଦୃଢକରି ସେ କହିଛନ୍ତି ଯେ, ମଜରୁହ ସୁଲତାନପୁରୀ ଏବଂ ବଲରାଜ ସାହନିଙ୍କୁ 1949 ରେ ଜେଲ ପଠାଯାଇଥିଲା । 1949 ମସିହାରେ ମିଲ କର୍ମଚାରୀଙ୍କ ଏକ ବୈଠକରେ ମଜରୁହ ସୁଲତାନପୁରୀ ଜବାହରଲାଲ ନେହେରୁଙ୍କ ବିରୋଧରେ ଲେଖିଥିବା ଏକ କବିତା ପାଠ କରିଥିଲେ। ଏଥିପାଇଁ ସେ କ୍ଷମା ମାଗିବାକୁ ମନା କରିବାରୁ ତାଙ୍କୁ ଜେଲ ପଠାଇଥିଲେ। ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସୀମିତ କରିବାର କଂଗ୍ରେସର ରେକର୍ଡ କେବଳ ଏହି ଦୁଇ ଜଣଙ୍କ ମଧ୍ୟରେ ସୀମିତ ନୁହେଁ। ମାଇକେଲ ଏଡୱାର୍ଡସଙ୍କ ଦ୍ୱାରା ଲିଖିତ ରାଜନୈତିକ ଜୀବନୀ ନେହେରୁ 1975 ରେ ନିଷେଧ କରାଯାଇଥିଲା ।ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ପୁଅ ଉପରେ ପ୍ରଶ୍ନ ଉଠାଇଥିବାରୁ ସେ ଫିଲ୍ମ କିସା କୁର୍ସି କାକୁ ମଧ୍ୟ ନିଷିଦ୍ଧ କରିଥିଲେ। ସୀତାରମଣ କହିଛନ୍ତି ଯେ ନେହେରୁଙ୍କ ଉତ୍ତରାଧିକାରୀ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ପରିବାର ଏବଂ ବଂଶବାଦକୁ ସାହାଯ୍ୟ କରିବା ପାଇଁ ସମ୍ବିଧାନରେ ସଂଶୋଧନ ଜାରି ରଖିଛନ୍ତି। ସେ କହିଛନ୍ତି ଯେ ଏହି ସଂଶୋଧନ ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ନୁହେଁ ବରଂ କ୍ଷମତାରେ ଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏହି ପ୍ରକ୍ରିୟା ପରିବାରକୁ ମଜବୁତ କରିବା ପାଇଁ ବ୍ୟବହୃତ ହୋଇଥିଲା।