Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ମୃତ୍ୟୁଦଣ୍ଡ ସମାପ୍ତ କଲା ଜିମ୍ବାୱେ, ରାଷ୍ଟ୍ରପତି ମନାଂଗାଗ୍ୱା ଆଇନକୁ ଦେଲେ ମଂଜୁରୀ
FMNEWS.IN
01-01-2025
ହରାରେ, 1 ଜାନୁଆରି - ଜିମ୍ବାୱେ ମୃତ୍ୟୁଦଣ୍ଡ ସମାପ୍ତ କରିଛି । ଏହା ସେହି ଦେଶରେ ବ୍ୟାପକ ଭାବେ ଅପେକ୍ଷିତ ପଦକ୍ଷେପ ଥିଲା, ଯେଉଁଥିରେ ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ଶେଷ ଥର ପାଇଁ ସଜା ଦିଆଯାଇଥିଲା । 1960ର ଦଶନ୍ଧିରେ ସ୍ୱାଧୀନତା ସଂଗ୍ରାମ ସମୟରେ ରାଷ୍ଟ୍ରପତି ଏମର୍ସନ ମନାଂଗଗ୍ୱାଙ୍କୁ ମୃତ୍ୟୁ ଦଣ୍ଡର ସାମ୍ନା କରିବାକୁ ପଡିଥିଲା ।
ସଂସଦରେ ଏକ ବିଧେୟକ ପାରିତ ହେବା ପରେ ରାଷ୍ଟ୍ରପତି ମନାଂଗାମ୍ୱା ଚଳିତ ସପ୍ତାହରେ ଆଇନକୁ ମଂଜୁରୀ ଦେଇଛି । ଜିମ୍ବାୱେରେ ପ୍ରାୟ 60 କଏଦୀ ମୃତ୍ୟୁ ଦଣ୍ଡ ସଜାରେ ଅଛନ୍ତି ଏବଂ ନୂଆ ଆଇନ ଯୋଗୁ ତାଙ୍କୁ ଆଶ୍ୱସ୍ତି ମିଳିଛି ।