Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଢୁଲୁ ଘାଟିରେ ଅଟୋ ଓଲଟି ୧ମୃତ ୧୨ଆହତ
FMNEWS.IN
01-01-2025
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଢୁଲୁ ଘାଟି ରେ ଏକ ଅଟୋ ଓଲଟି ପଡିବାରୁ ଅଟୋ ରେ ଥିବା ୧୨ ଜଣ ଶ୍ରମିକ ଆହତ ହୋଇଥିବା ଜଣେ ଶ୍ରମିକର ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଡେଙ୍ଗାଗୁଡା ଗ୍ରାମପଞ୍ଚାୟତ ବିରିଗୁଡ଼ା ଓ ଚଞ୍ଚରା ଗୁଡ଼ାରୁ ଢ଼ୁଲୁଘାଟି ଦେଇ ଏକ ଅଟୋ ଜରିଆରେ ୧୩ ଜଣ ଶ୍ରମିକ ଜୟପାଟଣା ବ୍ଳକ କପୁରମାଲ ଗ୍ରାମକୁ ନୀଳଗିରି ଗଛ କାଟିବାକୁ ଆସୁଥିଲେ।ହେଲେ ଢୁଲୁଘାଟିରେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିଲା।ଏଥିରେ ୧୨ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଶ୍ରମିକ ର ମୃତ୍ୟୁ ହୋଇଛି।ମୃତ ଶ୍ରମିକ ହେଉଛନ୍ତି ଚଞ୍ଚରାଗୁଡା ଗାଁ ର ଶନୁ ଗୌଡ଼।ଅନ୍ୟ ଆହତ ମାନଙ୍କୁ ତେନ୍ତୁଳିଖୁଣ୍ଟି ଓ ପାତ୍ରପୁଟ ଚିକିତ୍ସାଳୟରେ ଭର୍ତି କରାଯାଇଛି।ଧନସୁଲି ନେତାଜୀ କ୍ଲବ୍ ର ସଦସ୍ୟ ଏବଂ ଡ୍ରାଇଭର ମହାସଂଘର ସଦସ୍ୟ ଓ ସ୍ଥାନୀୟ ଗ୍ରାମ ବାସୀ ମାନେ ତାଙ୍କୁ ସହଯୋଗ କରି ଚିକିତ୍ସାଳୟ କୁ ପଠାଇଛନ୍ତି।