Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଢୁଲୁ ଘାଟିରେ ଅଟୋ ଓଲଟି ୧ମୃତ ୧୨ଆହତ
FMNEWS.IN
01-01-2025
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଢୁଲୁ ଘାଟି ରେ ଏକ ଅଟୋ ଓଲଟି ପଡିବାରୁ ଅଟୋ ରେ ଥିବା ୧୨ ଜଣ ଶ୍ରମିକ ଆହତ ହୋଇଥିବା ଜଣେ ଶ୍ରମିକର ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଡେଙ୍ଗାଗୁଡା ଗ୍ରାମପଞ୍ଚାୟତ ବିରିଗୁଡ଼ା ଓ ଚଞ୍ଚରା ଗୁଡ଼ାରୁ ଢ଼ୁଲୁଘାଟି ଦେଇ ଏକ ଅଟୋ ଜରିଆରେ ୧୩ ଜଣ ଶ୍ରମିକ ଜୟପାଟଣା ବ୍ଳକ କପୁରମାଲ ଗ୍ରାମକୁ ନୀଳଗିରି ଗଛ କାଟିବାକୁ ଆସୁଥିଲେ।ହେଲେ ଢୁଲୁଘାଟିରେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିଲା।ଏଥିରେ ୧୨ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଶ୍ରମିକ ର ମୃତ୍ୟୁ ହୋଇଛି।ମୃତ ଶ୍ରମିକ ହେଉଛନ୍ତି ଚଞ୍ଚରାଗୁଡା ଗାଁ ର ଶନୁ ଗୌଡ଼।ଅନ୍ୟ ଆହତ ମାନଙ୍କୁ ତେନ୍ତୁଳିଖୁଣ୍ଟି ଓ ପାତ୍ରପୁଟ ଚିକିତ୍ସାଳୟରେ ଭର୍ତି କରାଯାଇଛି।ଧନସୁଲି ନେତାଜୀ କ୍ଲବ୍ ର ସଦସ୍ୟ ଏବଂ ଡ୍ରାଇଭର ମହାସଂଘର ସଦସ୍ୟ ଓ ସ୍ଥାନୀୟ ଗ୍ରାମ ବାସୀ ମାନେ ତାଙ୍କୁ ସହଯୋଗ କରି ଚିକିତ୍ସାଳୟ କୁ ପଠାଇଛନ୍ତି।