- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ବାଇକ ଦୁର୍ଘଟଣାରେ ଜଣେ ମୃତ : କ୍ଷତିପୂରଣ ଦାବିରେ ରାସ୍ତାରୋକ
କନ୍ଧମାଳ, ୧୨ ଜାନୁଆରୀ - କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଟେଲାପାଲି ଗ୍ରାମରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ ପରିବାର ଏବଂ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଶହଶହ ଯାତ୍ରୀଙ୍କ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଥିଲା l
ଯାହା ସୂଚନା ରହିଛି, ଶନିବାର ରାତିରେ ଏକ ବାଇକ ନମ୍ବର (ଓ ଡି ୧୨ ଏ ୫୩୭୮)ଯୋଗେ ଦୁଇ ଜଣ ଆରୋହୀ ଫୁଲବାଣୀ ପଟରୁ ଦ୍ରୁତ ଗତିରେ ଆସି ଟେଲାପାଲି ସ୍କୁଲ ସାମ୍ନାରେ ରାସ୍ତାରୁ ତିନି ଫୁଟ ଦୂରତାରେ ବାମପାର୍ଶ୍ଵରେ ଟେଲାପାଲି ଗ୍ରାମର ଗୋପାଳ ରଣାଙ୍କୁ ଧକ୍କା ଦେଇଥିଲେ। ଫଳରେ ସେ ରାସ୍ତାରେ ପଡିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୋପାଳଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଆଜି ସକାଳେ ପରିବାର ସମେତ ସମସ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ମୃତ ଗୋପାଳଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ଘଟଣାସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପିନାଥ ପ୍ରଧାନ ପହଂଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧରୁ ଗ୍ରାମବାସୀ ହଟିଥିଲେ।