କେନ୍ଦୁଝର : ଚିରାଫଟା ପାଲିଥିନ ତଳେ ବିତୁଛି ଗରୀବର ଜୀବନ: ଯେଉଁଠି ମାଟି ତଳେ ରତ୍ନର ଭଣ୍ଡାର ସେଠାରେ ମାଟି ଉପରେ ଆବାସ ଯୋଜନାର ବିକଳ ଚିତ୍ର

କେନ୍ଦୁଝର :- ଭୂମୀ ହିନଙ୍କୁ ଭୂମୀ , ବାସହୀନ ଙ୍କୁ ବାସ ଯୋଗାଇ ଦେବାକୁ ସରକାର କରିଛନ୍ତି ଯୋଜନା ଉପରେ ଯୋଜନା । ହେଲେ ଏସବୁ ଯୋଜନା ଆଜି କେନ୍ଦୁଝରଗଡ ପୌରାଂଚଳର ଶହ ଶହ ଅସହାୟ ନିରୀହ ଗରୀବ ଲୋକଙ୍କଠାରୁ କେବଳ ଯୋଜନ ଯୋଜନ ଦୂରରେ ନୁ ହେଁ ବରଂ ଅଧିକନ୍ତୁ ସେମାନଙ୍କୁ ଯେପରି କରୁଛି ଉପହାସ । ଯେଉଁଥିପାଇଁ ବାଧ୍ୟ ହୋଇ ସେମୋନେ ଆପଣାଇ ନେଇଛନ୍ତି ସେହି ଛିଣ୍ଡା ଦଦରା ପଲିଥିନ୍ ଜୀବନକୁ । ଏମ।।ନଙ୍କ ଦୁଖଃ ବୁଝିବାକୁ ସେମାନଙ୍କ ପାଖରେ ନା ଅଛନ୍ତି ବିଧ।।ୟକ ନା ଅଛନ୍ତି ୱାର୍ଡ ମେମ୍ବର । ଭାରତ ସ୍ୱାଧୀନ ହେବାର ୭୬ ବର୍ଷ ବିତି ଗଲାଣି । ତାପରେ ମଧ୍ୟ ଏହି ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାରେ ଶହ ଶହ ଲୋକଙ୍କ ମୁଣ୍ଡ ଉପରେ ଆଜି ବି ଛାତ ଖଣ୍ଡେ ନାହିଁ । ଯେଉଁଥି ପାଇଁ ସେମାନଙ୍କୁ ଆଜି ବି ବାଧ୍ୟ ହୋଇ ଚିରାଫଟା ପାଲିଥିନ ତଳେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଇବାକୁ ପଡ଼ୁଛି ।
ଏଠି ମାଟି ତଳେ ରତ୍ନ ର ଭଣ୍ଡାର କିନ୍ତୁ ମାଟି ଉପରେ ଆବାସ ଯୋଜନାର ବିକଳ ଚିତ୍ର । ଯାହା କୁ ଜିଲ୍ଲା ବିକାଶ ର ନିଛକ ପ୍ରତିଛବି ବୋଲି କୁହାଯାଇପାରେ । ଏହି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝରଗଡ଼ ପୌରପାଳିକାର ୧ ନମ୍ବର ୱାର୍ଡ ର ସୁଲେଇଖମାର ସାହୀ ରେ । କେନ୍ଦୁଝରଗଡ଼ ପୌରପାଳିକା ଦାୟିତ୍ୱହୀନତା ପାଇଁ ବର୍ଷ ବର୍ଷ ଧରି ଯମ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ହେଉଛନ୍ତି ଏହି ସୁଲେଇଖମାର ବାସୀ। ସୁଲେଇଖମାର ଗାଁ ର ବିଧବା ମହିଳା ରୁବି ମୁଣ୍ଡା , ସ୍ୱାମୀ ପରିତ୍ୟକ୍ତା ରଚ ନାଏକ , କାର୍ତୀକ ମୁଣ୍ଡା , ବୁଧ ଓ ତାଙ୍କ ସ୍ତ୍ରୀ ଗୋଲାପି ମୁଣ୍ଡା । ଏମାନଙ୍କ ଘର ଅଛି କିନ୍ତୁ କାନ୍ଥ କେବଳ ପଲିଥିନ ରେ ଘେରା ହୋଇଛି । ହେଲେ କବାଟ ବି ନାହିଁ । ସେଭଳି ଅନ୍ୟ ମ।।ନଙ୍କ ମଧ୍ୟରେ କାହାର ସଂପୂର୍ଣ୍ଣ ତିନି ପଟ ଖୋଲା ମେଲା ଗୋଟେ ପଟ କେବଳ ଟିଣ ରେ ଛେକା ହୋଇଛି । ଆଉ ପୁଣି କାହାର ଝାଟି ମାଟି ରେ ମାତ୍ର ୪ ଫୁଟ ଉଚ୍ଚତାର କାନ୍ଥ ଅଛି ଆଉ ଚାଳ ପର୍ଯ୍ୟନ୍ତ ପୁରା ଖୋଲା ମେଲା । ସେମ।।ନଙ୍କ ସମ୍ପର୍କରେ ଟିକେ ଚିନ୍ତା କଲେ ଦେଖି ଏ ପ୍ରଚଣ୍ଡ ହାଡ ଭଙ୍ଗା ଶୀତ କାକର , ସାଙ୍ଗକୁ ମଝିରେ ମଝିର ଲଘୁ ଚାପ ବର୍ଷା ରେ ଏମାନେ କେମିତି ରହୁଥିବେ ଏହି ତଥାକଥିତ ବାସଗୃହରେ ଅନ୍ୟ ପକ୍ଷରେ ଏହା ମଧ୍ୟ ହେଉଛି ଏକ ହାତୀ ପ୍ରବଣ ଅଂଚଳ । ହାତୀ ଆସିଲେ କିିମ୍ବା ଅଧିକ ବର୍ଷା ହେଲେ ଅନ୍ୟଙ୍କ ପିଣ୍ଡା ରେ ଆଶ୍ରୟ ନେବାକୁ ବାଧ୍ୟ ହୋଇ ଥାଆନ୍ତି ଏମାନେ ଓ ସୁଲେଇଖମାର ସାହି ଲୋକ ଙ୍କର ଏପରି ଅତି ଦୟନିୟ ଓ ଦୁଃଖଦ ଜୀବନ ଶୈଳୀ କୁ ନେଇ ପୌରପାଳିକାର ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସେ ଅଂଚଳକୁ ଯାଇ ସ୍ଥିତି ପରଖିବାକୁ ମଧ୍ୟ ଅନୁରୋଧ କରିବାରେ ସେ ଏହାକୁ ଅତି ହାଲୁକା ଭାବେ ନେବା ସହ ସରକାରୀ ଆଇନ କାନୁନ ର ଗଳାବାଟ ଦେଇ ଖସି ଯିବାକୁ ଚେଷ୍ଟା କରିଛନ୍ତି ଜ୍ଝ ଏଠାରେ ପ୍ରକାଶ ଥାଉ କି ଯେ ବର୍ତମାନ ଏହି କେନ୍ଦୁଝରଗଡ ମ୍ୟୁନିିସିପାଲିଟିର ଚେୟାରମ୍ୟାନ ଶାସକ ଦଳର ରହିିଛନ୍ତି । ତଥାପି ମ୍ୟୁୁୁନିସପାଲଟି ର ଅଧିବାସୀ ଙ୍କ ଏହି ଅବସ୍ଥା ଜ୍ଝ ଯେଉଁ ଶାସକ ଦଳ ନିିଜ ଦଳର ଚେୟାରମ୍ୟାନ ଥିବା ମ୍ୟୁନିସପାଲଟି ଅଧିବାସୀଙ୍କର ସର୍ବନିମ୍ନ ମୌଳିକ ସମସ୍ୟାର ସମାଧାନ କରିବାରେ ଅସମର୍ଥ ତେବେ ଜିଲ୍ଲାର ବିକାଶ କଣ କେବଳ କଥାରେ ସମ୍ଭବ? ଏହା କଣ ବିଚାରର ବିଷୟ ନୁହେଁ କି?