Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ପୁରୀ-ବଡବିଲ ଏକ୍ସପ୍ରେସରୁ ପଡି ଯୁବତୀ ମୃତ
FMNEWS.IN
25-01-2025
ହରିଚନ୍ଦନପୁର- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ଷ୍ଟେସନ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଆଜି ସକାଳ ପ୍ରାୟ ୧୧ଟା ସମୟରେ ପୁରୀ-ବଡବିଲ ଏକ୍ସପ୍ରେସରେ କେନ୍ଦୁଝର ତୁରୁମୁଙ୍ଗା ଥାନା ଦଳଙ୍ଗ ଅଞ୍ଚଳର ନମ୍ରତା ବେହେରା ନାମକ ଜଣେ ଛାତ୍ରୀ ଭୂବନେଶ୍ୱର ଠାରୁ କେନ୍ଦୁଝର ଅଭିମୁଖେ ପୁରୀ-ବଡବିଲ ଏକ୍ସପ୍ରେସରେ ପାଞ୍ଚ ଜଣ ସାଙ୍ଗ ମାନଙ୍କ ସହିତ ଏକ୍ସାମ ସାରି ଫେରୁଥିବା ବେଳେ ଟାଙ୍ଗିରିଆପାଳ ଷ୍ଟେସନ ଛାଡିବା ପରେ ସେ ବାଥରୁମ ଯିବାକୁ କହି ବସି ଥିବା ଜାଗାରୁ ଉଠି ବାଥରୁମ ଆଡକୁ ଯାଇଥିଲେ, ତେବେ କେତେକ ଯାତ୍ରୀ ଉକ୍ତ ଛାତ୍ରୀ ଟ୍ରେନ ରୁ ତଳକୁ ଖସି ପଡିଥିବା ଦେଖି ଟ୍ରେନର ଚେନ୍ ଟାଣି ଗାଡି ଅଟକାଇ ଥିଲେ। ହେଲେ ସେତେବେଳକୁ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା। ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ଏ ସମ୍ପର୍କରେ ତଦନ୍ତ ଜାରି ରଖିଛି ।