- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଖୋର୍ଦ୍ଧା ଶାଖା ପକ୍ଷରୁ ବିଦ୍ୟୁତ କର୍ମଚାରୀ ସଂଘର ଧାରଣା
ଖୋର୍ଦ୍ଧା,ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଡାକରା କ୍ରମେ ଖୋର୍ଦ୍ଧା ଶାଖା ପକ୍ଷରୁ ବହୁବିଧ ଦାବି ନେଇ ଓପିଟିସିଏଲ କାର୍ଯ୍ୟାଳୟ ଆଗରେ ସୋମବାର ଧାରଣା ଦେଇଛନ୍ତି I
୧୯୭୧ ମସିହାରୁ ଓଏସଇବି ସମୟରୁ ବିଦ୍ୟୁତ ଉତ୍ପାଦନ, ପ୍ରସାରଣ ଓ ବଂଟନ ବିଭାଗରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଆରମ୍ଭ ହୋଇଥବା ଏକକ ପାଂଚବର୍ଷିୟା ମଜୁରୀ ନିଦ୍ଦାରଣ ପ୍ରକ୍ରିୟା ୨୦୨୦ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ କରାଯାଇନାହିଁ I ଓଏସଇବିର ପୁନଃବିନ୍ୟାସ ପରେ ଗ୍ରୀତକୋ ଏବଂ ପରବର୍ତି ସମୟରେ ଓପିଟିସିଏଲକୁ ଦାୟିତ୍ଵ ହସ୍ତାନ୍ତର ହୋଇଥଲା I ଉକ୍ତ ବିଭାଗ ଦ୍ବାରା ଏହି ସମସ୍ୟା ସମାଧାନ ହୋଇ ୬ମାସ ବିତିଯାଇଥଲେ ସୁଦ୍ଧା ବିଦ୍ୟୁତ ବଂଟନ ଟାଟା ପାଓ୍ବାରକୁ ହସ୍ତାନ୍ତର ପୂର୍ବରୁ ହୋଇଥବା ଚୁକ୍ତି ମୁତାବକ ପୂର୍ବ ସମସ୍ତ କର୍ମଚାରୀଙ୍କ ଚାକିରୀ ସର୍ତାବଳି ଓ କ୍ୟାଡର ରୁଲ ଅପରିବର୍ତିତ ରଖିବାରେ ଟାଟା ପାଓ୍ବାର ଦ୍ବାରା କାର୍ଯ୍ୟକାରୀ କରାଯାଉନାହିଁ I
ଶ୍ରମିକ ମାରଣ ନୀତିକୁ କର୍ମଚାରୀ ମାନେ ନାହିଁ ନଥବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ରାଜ୍ୟ ସରକାରଙ୍କ ଅନୁମୋଦନ ଓ ଓପିଟିସିଏଲର ବିଭାଗୀୟ ବିଜ୍ଞପ୍ତି ପରେ ମଧ କାର୍ଯ୍ୟରତ ବିଦ୍ୟୁତ ଶ୍ରମିକ ବକେୟା, ନୂତନ ମଜୁରୀ, କ୍ୟାଡର ରିଆରେଞ୍ଜମେଟର ସୁବିଧାରୁ ବୈଷ୍ୟୟିକ ତାଲିମ ପ୍ରାପ୍ତ କର୍ମଚାରୀଙ୍କୁ ବଂଚିତ ହୋଇଛନ୍ତି । ଏନେଇ ବାରମ୍ବାର ଶ୍ରମ ବିଭାଗର ଦ୍ବାରସ୍ଥ ପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ I ବିନା କାରଣରେ କର୍ମଚାରୀଙ୍କୁ ଚାକିରୀ ଛଟେଇ ବନ୍ଦ, ପୂର୍ବରୁ ଛଟେଇ ହୋଇଥବା କର୍ମଚାରୀଙ୍କୁ ସଂଘ୍ ପକ୍ଷରୁ ପୁନଃ ନିଯୁକ୍ତି ଦାବି କରିଛନ୍ତି ।