- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଖୋର୍ଦ୍ଧା ଶାଖା ପକ୍ଷରୁ ବିଦ୍ୟୁତ କର୍ମଚାରୀ ସଂଘର ଧାରଣା
ଖୋର୍ଦ୍ଧା,ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଡାକରା କ୍ରମେ ଖୋର୍ଦ୍ଧା ଶାଖା ପକ୍ଷରୁ ବହୁବିଧ ଦାବି ନେଇ ଓପିଟିସିଏଲ କାର୍ଯ୍ୟାଳୟ ଆଗରେ ସୋମବାର ଧାରଣା ଦେଇଛନ୍ତି I
୧୯୭୧ ମସିହାରୁ ଓଏସଇବି ସମୟରୁ ବିଦ୍ୟୁତ ଉତ୍ପାଦନ, ପ୍ରସାରଣ ଓ ବଂଟନ ବିଭାଗରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଆରମ୍ଭ ହୋଇଥବା ଏକକ ପାଂଚବର୍ଷିୟା ମଜୁରୀ ନିଦ୍ଦାରଣ ପ୍ରକ୍ରିୟା ୨୦୨୦ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ କରାଯାଇନାହିଁ I ଓଏସଇବିର ପୁନଃବିନ୍ୟାସ ପରେ ଗ୍ରୀତକୋ ଏବଂ ପରବର୍ତି ସମୟରେ ଓପିଟିସିଏଲକୁ ଦାୟିତ୍ଵ ହସ୍ତାନ୍ତର ହୋଇଥଲା I ଉକ୍ତ ବିଭାଗ ଦ୍ବାରା ଏହି ସମସ୍ୟା ସମାଧାନ ହୋଇ ୬ମାସ ବିତିଯାଇଥଲେ ସୁଦ୍ଧା ବିଦ୍ୟୁତ ବଂଟନ ଟାଟା ପାଓ୍ବାରକୁ ହସ୍ତାନ୍ତର ପୂର୍ବରୁ ହୋଇଥବା ଚୁକ୍ତି ମୁତାବକ ପୂର୍ବ ସମସ୍ତ କର୍ମଚାରୀଙ୍କ ଚାକିରୀ ସର୍ତାବଳି ଓ କ୍ୟାଡର ରୁଲ ଅପରିବର୍ତିତ ରଖିବାରେ ଟାଟା ପାଓ୍ବାର ଦ୍ବାରା କାର୍ଯ୍ୟକାରୀ କରାଯାଉନାହିଁ I
ଶ୍ରମିକ ମାରଣ ନୀତିକୁ କର୍ମଚାରୀ ମାନେ ନାହିଁ ନଥବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ରାଜ୍ୟ ସରକାରଙ୍କ ଅନୁମୋଦନ ଓ ଓପିଟିସିଏଲର ବିଭାଗୀୟ ବିଜ୍ଞପ୍ତି ପରେ ମଧ କାର୍ଯ୍ୟରତ ବିଦ୍ୟୁତ ଶ୍ରମିକ ବକେୟା, ନୂତନ ମଜୁରୀ, କ୍ୟାଡର ରିଆରେଞ୍ଜମେଟର ସୁବିଧାରୁ ବୈଷ୍ୟୟିକ ତାଲିମ ପ୍ରାପ୍ତ କର୍ମଚାରୀଙ୍କୁ ବଂଚିତ ହୋଇଛନ୍ତି । ଏନେଇ ବାରମ୍ବାର ଶ୍ରମ ବିଭାଗର ଦ୍ବାରସ୍ଥ ପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ I ବିନା କାରଣରେ କର୍ମଚାରୀଙ୍କୁ ଚାକିରୀ ଛଟେଇ ବନ୍ଦ, ପୂର୍ବରୁ ଛଟେଇ ହୋଇଥବା କର୍ମଚାରୀଙ୍କୁ ସଂଘ୍ ପକ୍ଷରୁ ପୁନଃ ନିଯୁକ୍ତି ଦାବି କରିଛନ୍ତି ।