Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
କୋରାପୁଟରୁ 325 କେଜି ଗଂଜେଇ ଜବତ ଘଟଣା, 2 ଗିରଫ
FMNEWS.IN
22-12-2024
ଭୁବନେଶ୍ୱର, 22 ଡିସେମ୍ବର:କୋରାପୁଟଜିଲ୍ଲା ପୋଲିସ 325 କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, କୋରାପୁଟ ଜିଲ୍ଲା, ସିମିଳିଗୁଡା ଥାନା ଅଞ୍ଚଳର ଗୁରୁ ଖୋରା ଏବଂ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳ, ଝାଡ଼ବାନ୍ଧର ରୋହିତ ଜେନା। ଉଲ୍ଲେଖ ଯୋଗ୍ୟ ଯେ, ଉପରୋକ୍ତ ଦୁଇ ଅଭିଯୁକ୍ତ ଏକ ବୋଲେରୋରେ ବେଆଇନ ଗଞ୍ଜେଇ ଭର୍ତ୍ତି କରି ଜଲାପୁଟରୁ ବ୍ରହ୍ମପୁର ଚୋରା ଚାଲାଣ କରୁଥିଲେ। ଏ ସଂକ୍ରାନ୍ତରେ ଖବର ପାଇ ବଡେଲ ଗ୍ରାମ ପଞ୍ଚାୟତ ନିକଟସ୍ଥ ଗୋଡ଼ିପୁଟ ଛକ ନିକଟରେ ପୁଲିସ ଯାଞ୍ଚ କରିଥିଲା। ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ ଓ ବୋଲେରୋକୁ ଜବତ କରିଛି। ଏହି ଘଟଣାର ତଦନ୍ତ ଜାରି ରହିଛି ଏବଂ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।