- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀରଗିଫ୍ଟ ମିଲ୍କ ଯୋଜନାରେ ଜଣେ ଶିକ୍ଷାର୍ଥୀଙ୍କୁ ୨ଶହ ମିଲି କ୍ଷୀର
ଜୟପୁର16 ଜାନୁଆରି:ପୁଷ୍ଟିକର ହେବ ମଧ୍ୟାହ୍ନ ଭୋଜନ। ରାଜ୍ୟର ପ୍ରତ୍ୟେକ ସ୍କୁଲ ପିଲାଙ୍କୁ ଏଣିକି ପ୍ରତିଦିନ ୨୦୦ ମିଲି ଲିଟର (ଏମଏଲ) କ୍ଷୀର ଦିଆଯିବ। ଗିଫ୍ଟ ମିଲ୍କ ଯୋଜନାରେ ଏହା ଯୋଗାଇ ଦିଆଯିବ। ଆଜି ଶିକ୍ଷାବିଭାଗ ଓ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଏକ ଭିଡିଓ କନ ଫିରେନ୍ସ ମାଧ୍ୟମରେ ଆଲୋଚନା ହୋଇଛି। ଏଣିକି ପିଲା ମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ଚର୍ଚ୍ଚା ହୋଇଥିଲା। ରାଜ୍ୟ ଶିକ୍ଷା ବିଭାଗର ନିର୍ଦ୍ଧେଶ କ୍ରମେ ଓମଫେଡ ଓ ନାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡ ର ସହଯୋଗ ରେ ଛାତ୍ର ଛାତ୍ରୀଙ୍କୁ ଏହି କ୍ଷୀର ଦିଆଯିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସ˚ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଭିଡଓ କନଫ୍ରେନସ ରେ ସୂଚନା ଦେଇଛନ୍ତି। ଆଗାମୀ ଦିନର ସମସ୍ତ ଶିକ୍ଷା ବିଭାଗ ମାନଙ୍କୁ ଚିଠି କରାଯିବ ଏବ˚ ଜାନୁଆରୀ ମାସରେ ସମସ୍ତ ବିଦ୍ୟାଳୟ ମାନଙ୍କରେ କ୍ଷୀର ପ୍ରଦାନ କରାଯିବ ବୋଲି ଆଜି ଆଲୋଚନା ହୋଇଥିଲା। ଏପରିକି କିଛି ଅଧିକାରୀ ମାନେ ଖାଇବା ଖାଦ୍ୟରେ ଲେମ୍ଭୁ ଓ ମାଣ୍ତିଆ ପୃଷ୍ଟିକର ଖାଦ୍ୟ ଦେବା ପାଇଁ କହିଥିଲେ କିନ୍ତୁ ସର୍ବସମ୍ମତି କ୍ରମେ କ୍ଷୀର ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।
ଜୟପୁର ବ୍ଲକରେ ୧୩୪ଟି ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୭୦ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୩୩ଟି ଉଚ୍ଚବିଦ୍ୟାଳୟ ଭଳି ମୋଟ ୨୩୭ ଟି ବିଦ୍ୟାଳୟ ରହିଛି। ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ସ˚ଖ୍ୟା ହେଲା ୨୨୪୨୩ ଜଣ। ଯେତେ ସବୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରହିଛି ସେହି ବିଦ୍ୟାଳୟରେ ରାଜ୍ୟ ସରକାର ପିଏମ ପୋଷଣ କାର୍ଯ୍ୟକ୍ରମରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଛନ୍ତି। ମଧ୍ୟାହ୍ନ ଭୋଜନର ସୋମବାର ଓ ଗୁରୁବାର ଭାତ ଡାଲମା, ମଙ୍ଗଳବାର ଓ ଶୁକ୍ରବାର ଭାତ ଓ ସୋୟାବିନ ତରକାରୀ, ବୁଧବାର ଓ ଶନିବାର ଭାତ ଓ ଅଣ୍ତା ତରକାରୀ ଦିଆଯାଉଛି। ତେବେ ବଜାର ଦରଦାମକୁ ଲକ୍ଷ କରି ଗତ ନଭେମ୍ବର ୧୪ ତାରିଖରେ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୧ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି। ଯାହା ଫଳରେ ପ୍ରାଥମିକ ବିଦ୍ୟାଳୟର ଜଣେ ପିଲା ପିଛା ୭ଟଙ୍କା ୬୪ ପଇସା ଏବ˚ ଉଚ୍ଚ ପ୍ରାଥମିକ ପିଲା ପିଛା ୧୦ ଟଙ୍କା ୯୪ ପଇସା ଗତ ଡିସେମ୍ବର ୧ ତାରିଖରୁ ପ୍ରଦାନ କରାଯାଉଛି ବୋଲି ବିଇଓ ଚନ୍ଦନ ନାୟକ ପ୍ରକାଶ କରିଛନ୍ତି।
ମଧ୍ୟାହ୍ନ ଭୋଜନରେ କ୍ଷୀର ଯୋଗାଇଦେବାକୁ ସରକାରଙ୍କ ନିଷ୍ପତ୍ତିକୁ ଓଡିଶା ଦୁଗ୍ଧ ଚାଷୀ ମହାସ˚ଘ ସ୍ବାଗତ କରିଛନ୍ତି। ଏହା ଦ୍ବାରା ମହିଳା ଓ ଶିଶୁଙ୍କ ମଧ୍ୟରେ ଦେଖାଯାଉଥିବା ଅପପୃଷ୍ଟି ଓ ରକ୍ତହୀନତା ଦୁର କରାଯାଇପାରିବ। ଏଥିସହ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଲୋକଙ୍କୁ ଡାଏରୀ ଫାର୍ମି˚ ଜରିଆରେ ରୋଜଗାରର ସୁଯୋଗ ମିଳିବ। ଏଥିସହ ଓମଫେଡ ଲାଭକାରୀ ସ˚ସ୍ଥାରେ ପରିଣତ ହେବ।