- ମାଲକାନଗିରି ମୋଟୁରୁ 'ଗାନ୍ଧୀ ପଥେ ପଦଯାତ୍ରା' ଆରମ୍ଭ: ମାଲକାନଗିରିରୁ ମୟୂରଭଞ୍ଜ ବର୍ଷବ୍ୟାପୀ ଚାଲିବ ଏହି ପଦଯାତ୍ରା
- ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨ ଓ ୩ ଦୁଇଦିନ,ନୂଆପଡ଼ା ନିର୍ବାଚନ ପରେ ଦ୍ୱିତୀୟ ପଦଯାତ୍ରା
- ମୋଦୀଙ୍କ ବକ୍ତବ୍ୟକୁ କ଼଼ଡା ସମାଲୋଚନା କଲେ ପିସିସି ସଭାପତି ଭକ୍ତ ଦାସ,କହିଲେ ଓଡିଶାର ଖଣିଖାଦାନ ଲୁଟିବାରେ ମାତିଛି...
- 'ଭୋଟ୍ ଚୋର ଗାଦି ଛାଡ' ଦସ୍ତଖତ ଅଭିଯାନ ତ୍ବରାନ୍ବିତ
- କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଗ୍ରହଣୀୟତାରେ ମୋଦୀ ଭୟଭୀତ: ଭକ୍ତ ଦାସ୍
ଲାଂଚୁଆ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ ଏବଂ କୋର୍ଟ ଚାଲାଣ, ସମୁଦାୟ ୧୮ ଲକ୍ଷ ୧୧ ହଜାର ଟଙ୍କା ଜବତ, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସ୍ଥାୟୀ ସମ୍ପତି ରହିଛି

ଜୟପୁର, ୧୨ ଏପ୍ରିଲ୍ - କୋରାପୁଟ ଜିଲ୍ଲା ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗତକାଲି ବେଆଇନ ଟଙ୍କା ନେଇ ଭୁବନେଶ୍ୱର ଯାଉଥିବା ଲାଂଚୁଆ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଚରାଉଚରା ପରେ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କର ଜାମିନ ଆବେଦନ ସ୍ଥଗିତ ରଖାଯାଇ ଆସନ୍ତା ୧୪ ଦିନପରେ ଜାମିନ ଆବେଦନର ଶୁଣାଣି କରାଯିବ ତେଣୁ ଅଭିଯୁକ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଗିରଫ ଲାଂଚୁଆ ସହକାରୀ ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ ଗତକାଲି ନିଜର ଜଣେ ସହଯୋଗୀ କନିଷ୍ଠ ଯନ୍ତ୍ରୀଙ୍କ ସହିତ କାର (ଓଡି୩୦ ଇ-୩୦୯୬) ଯୋଗେ ଭୁବନେଶ୍ୱର ଯାଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ପୂର୍ବସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଛକ ଠାରେ କାରରୁ ଅଟକାଇ ଯାଂଚ ବେଳେ କାରଭିତରୁ ଏକ ବ୍ୟାଗରେ ଟଙ୍କାନୋଟ ଭର୍ତି ରହିଥିବା ନେଇ ଜଣାପଡିଥିଲା । କିନ୍ତୁ ସଂଧ୍ୟା ହେଉଥିବା ଯୋଗୁଁ ସେଠାରୁ ଚଢଉରେ ସାମିଲ ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଜୟପୁର ସ୍ଥିତ ଭିଜିଲାନ୍ସ ଏସ.ପି କାର୍ଯ୍ୟାଳୟକୁ ଆଣିବା ସହ ଟଙ୍କା ଗଣତି ବେଳେ ୫ ଲକ୍ଷ ୭ ହଜାର ଟଙ୍କ ଜବତ କରିଥିଲେ । କିନ୍ତୁ ଏତେ ପରିମାଣର ଟଙ୍କା କେଉଁ ଠାରୁ ଆସିବା ନେଇ ବିଭାଗିୟ ଅଧିକାରୀଙ୍କ ପ୍ରଶ୍ନର କୌଣସି ସନ୍ତୋଷ ମୂଳକ ଉତର ଅଭିଯୁକ୍ତ ଯନ୍ତ୍ରୀ ପାଣିଗ୍ରାହୀ ଦେଇପାରିନଥିବା ଯୋଗୁଁ ତାଙ୍କୁ ପଚରାଉଚରା ଜାରୀ ରଖିବା ସହ ଚିତ୍ରକଣ୍ଡା ସ୍ଥିତ ତାଙ୍କ ବାସଭବନ ଏବଂ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଧିନସ୍ଥ ଡମଣାସ୍ଥିତ ନନ୍ଦାଦେବୀ ଏପାର୍ଟମେଣ୍ଟସ୍ଥିତ ତାଙ୍କ ବାସଭବନ ଉପରେ ଚଢଉ କରାଯାଇ ଯାଂଚ କରିଥିଲେ । ତାଙ୍କ ନିକଟରୁ ଆୟବର୍ହିଭୁତ ସମ୍ପତି ଗୁଡିକ ମଧ୍ୟ ଉଦ୍ଧାର କରାଯାଇଛି । ଭୁବନେଶ୍ୱର ବାସଭବନରୁ ସେଠାରୁ ୧୩ ଲକ୍ଷ ୪ହଜାର ୨ଶହ ଟଙ୍କା ଏବଂ ତାଙ୍କ ନିକଟର ଜବତ ସମୁଦାୟ ୧୮ଲକ୍ଷ ୧୧ ହଜାର ୨ଶହ ଟଙ୍କା ଜବତ କରାଯାଇଛି । ସେହିପରି ଭୁବନେଶ୍ୱର ଠାରେ ୧୫ ବର୍ଗଫୁଟର ବାସଗୃହ, ଭୁବନେଶ୍ୱର ନାମୀଦାମୀ ଅଂଚଳରେ ୨ଟି, ବରଗଡ ଠାରେ ଗୋଟିଏ ଏବଂ ଗଞ୍ଜାମ ଜିଲ୍ଲା ଆସିକା ସହରରେ ଗୋଟିଏ ସମୁଦାୟ ୪ଟି ପ୍ଲଟ. ୨୭୦ ଗ୍ରାମ ଓଜନର ସୁନାଅଳଙ୍କାର, ଗୋଟିଏ କାର, ୭୨ଲକ୍ଷ ୨୦ ହଜାର ଟଙ୍କାର ଜୀବନ ବୀମା ରହିଥିବା ନେଇ ଭିଜିଲାନ୍ସ ଯାଂଚ ବେଳେ ଜଣାପଡିଛି । ଏହିପରି ତାଙ୍କ ସହିତ କାରରେ ଉପସ୍ଥିତ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରାଙ୍କ କୌଣସି ସଂପୃକ୍ତି ନଥିବା ଯୋଗୁଁ ଭିଜିଲାନ୍ସ ବିଭାଗ ପକ୍ଷରୁ ଛଡାଯାଇଛି ।