Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
କୁହୁଡିରେ ବସ-ଜିପ ଧକ୍କା -ତିନିଜଣଙ୍କର ମୃତ୍ୟୁ
FMNEWS.IN
13-01-2025
ଜୟପୁର 13 ଜାନୁଆରୀ :-ଘନ କୁହୁଡି କାରଣରୁ ଶ୍ରୀଗଙ୍ଗାନଗରରେ ରୋଡୱେଜ ବସ ଏବଂ ଜିପର ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣଙ୍କର ମୃତ୍ୟୁ ଘଟିଛି।ସୋମବାର ସକାଳେ ପଦମପୁରର ସୀସୀ ହେଡ ନିକଟରେ ହୋଇଥିବା ଦୁର୍ଘଟଣାରେ ଜିପ ନଷ୍ଟ ହୋଇଯାଇଛି।ଅନେକ ଲୋକ ଆହତ ହୋଇଥିବା ସୁଚନା ମଧ୍ୟ ରହିଛି।ସମସ୍ତ ଆହତଙ୍କୁ ଚୁନାୱଢ ଏବଂ ପଦମପୁରର ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ଦୁର୍ଘଟଣା ପରେ ରାସ୍ତାରେ ଲମ୍ବା ଜାମ ଲାଗି ରହିଥିଲା।ସବୁଆଡେ ଚିତ୍କାର ହେଉଥିଲା।ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଜାମକୁ ସଫା କରିଥିଲା।ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିପାରିନାହିଁ।ପୋଲିସ ତଥ୍ୟ ସଂଗ୍ରହ କରୁଛି।