- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ଧାନ ମଣ୍ଡିରୁ ଧାନ ନ ଉଠିଲେ୨୬ ତାରିଖରେ ରାସ୍ତାରୋକ ସହ କୋରାପୁଟ ଜିଲା ବନ୍ଦ
ଜୟପୁର, ୨୨ ଡିସେମ୍ବର - କୋରାପୁଟ ଜିଲାରେ ଆଜି ସୁଦ୍ଧା ଧାନ କ୍ରୟ କରାଯାଇନାହିଁ । ମଣ୍ଡି ଓ ଖଳାରେ ଧାନ ପଡି ରହିଛି । ଶୀତ କାକରରେ ଧାନକୁ ଜଗି ବସିଛି ଚାଷି । ଗତ ୧୧ ତାରିଖରୁ କୋରାପୁଟ ଜିଲାରେ ମଣ୍ଡି ଉଦଘାଟନ ହେଲାଣି । କିନ୍ତୁ, ୧୧ ଦିନ ବିତିଯାଇଥିଲେ ସୁଦ୍ଧା ୧ କ୍ୱିଇଣ୍ଟାଲ ଧାନ କ୍ରୟ କରାଯାଇ ନାହିଁ । ଏନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଏକ ସାମ୍ବାଦିକ ସମ୍ମିଳନି ଆୟୋଜନ କରି ବର୍ଷିଛନ୍ତି । ଆଜି ଜୟପୁର ବାସଭବନରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଚାଷି ଶୀତ କାକରରେ ଧାନ ବିକ୍ରି କରି ନପାରି ହଇରାଣ ହେଉଛନ୍ତି । ତେଣୁ ଆସନ୍ତା ୨୫ ତାରିଖ ସୁଦ୍ଧା ଜିଲାର ସମସ୍ତ ଧାନ ମଣ୍ଡିରୁ ଧାନ କ୍ରୟ କରାନଗଲେ ଆସନ୍ତା ୨୬ ତାରିଖରେ ରାସ୍ତାରୋକ ସହ କୋରାପୁଟ ଜିଲାକୁ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ବିଧାୟକ ବାହିନିପତି ।
ବାହିନିପତି ଅଭିଯୋଗ କରିଛନ୍ତି ଯେ, ଯୋଗାଣ ମନ୍ତ୍ରୀ କୋରାପୁଟ ଜିଲା ଗସ୍ତ କରି କହିଥିଲେ କଟନି ଛଟନି ହେବ ନାହିଁ ଚାଷିଙ୍କ ଧାନ କ୍ରୟ କରାଯିବ । ସେହି ପ୍ରତିଶ୍ରୃତି ପ୍ରତିଶ୍ରୃତିରେ ରହିଗଲା । କୋରାପୁଟ ଜିଲାରେ ୮୦ ପ୍ରତିଶତ ଲୋକ କୃଷି ଉପରେ ନର୍ଭର କରୁଛନ୍ତି । ରୁଣ ବାକି କରି ଚାଷୀ ହିନସ୍ତା ହେଲାଣି । ଧାନ ବିକ୍ରି ପାଇଁ ଚାଷୀ ମଣ୍ଡିରେ ଧାନ ରଖିଥିବା ବେଳେ ୩ ଦିନ ହେବ କୋହଲା ପାଗ ସହ ଅଦିନିଆ ବର୍ଷା । ଏଫଏକ୍ୟୁ ମାନ ରଖିବା ପାଇଁ ଚାଷି ଧାନକୁ ଘୋଡାଇବା ପାଇଁ ପିଲିଥିନ କିଣି ନୟାନ୍ତ ହେଲାଣି । ସରକାର ଟୋକେନ ଦେଇ ସାରିଲେଣି । ଗୋଟିଏ ଟୋକେନର ଅବଧି ୧ ମାସ ରହିଥିବା ବେଳେ କେବେ ସରକାର ଧାନ କ୍ରୟ କରିବେ ସ୍ପଷ୍ଟ କରିବାକୁ ବିଧାୟକ ପ୍ରଶ୍ନ କରିଛନ୍ତି । କେତେ ଦିନ ମଣ୍ଡି ଓ ଖଳାରେ ଧାନ ପଡିବ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି । ଚାଷି ଉତ୍ୟକ୍ତ ହୋଇ କେଉଁଠାରେ ରାସ୍ତା ଅବରୋଧ କଲେଣି କେଉଁ ଠାରେ ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଛନ୍ତି । ଯଦି ଆଗାମି ଦିନରେ କଣ ଦୁର୍ଘଟଣା ଘଟିଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ବିଧାୟକ ବାହୀନିପତି ଚେତାବନୀ ଦେଇଛନ୍ତି । ତେଣୁ ରାଜ୍ୟ ସରକାର କଟନି ଛଟନି ବନ୍ଦ କରି କୋରାପୁଟ ଜିଲାର ସମସ୍ତ ଧାନ ମଣ୍ଡିରୁ ଧାନ କ୍ରୟ କରିନ୍ତୁ ନଚେତ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନିରେ ପୌର ଅଧକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଜିଲା କିଷାନ କଂଗ୍ରେସ ସଭାପତି ଭାବନି ଶଙ୍କର ରଥ, ବ୍ଲକ ସଭାପତି ବସନ୍ତ ନାୟକ, ଚାଷି ଉଗ୍ରସେନ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।