- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କ˚ଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା
ଜୟପୁର, 15 ଏପ୍ରିଲ୍ : ଜିଲ୍ଲା କ˚ଗ୍ରେସ କମିଟି ଓ ମହିଳା କ˚ଗ୍ରେସ କମିଟି ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶଶୀଭୁଷଣ ପାତ୍ରଙ୍କ ନେତୃତ୍ବରେ ଆଜି କ˚ଗ୍ରେସ କର୍ମୀ ମାନେ ମୁଖ୍ୟରାସ୍ତାରେ କ˚ଗ୍ରେସ ଭବନ ସମ୍ମୁଖରେ ମଶାଲ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନଗର କ˚ଗ୍ରେସ ସଭାପତି ନରେନ୍ଦ୍ର ମହାନ୍ତି,ଜିଲ୍ଲା ମହିଳା ସଭାପତି ନଳିନୀ ରଥ ଙ୍କ ସମେତ ଅନ୍ୟ କ˚ଗ୍ରେସ କର୍ମୀମାନେ ମଶାଲ ଧରି ରାଜ୍ୟରେ ନାରୀ ନିର୍ଯ୍ୟାତନା, ଧର୍ଷଣ,ଗଣଧର୍ଷଣ, ମହିଳା, ବାଳିକ ନିଖୋଜ ଓ ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏହି ଶୋଭାଯାତ୍ରା ଆୟୋଜନ କରିଥିଲେ। ଏହିରେ ଅନ୍ୟମାନଙ୍କ ମଧ୍ୟରେ କ˚ଗ୍ରେସ ଯୁବ ନେତା ସୁକାନ୍ତ ପଟ୍ଟନାୟକ, ବ୍ଲକ ସଭାପତି ବସନ୍ତ ନାୟକ, ରମେଶ ରାଓ, ସୁପ୍ରଭା ବରାହି, ଅନିତା ନାୟକ, କୃଷ୍ଣ ନେପାକ, ଭଗବାନ ବାହିନୀପତିଙ୍କ ସମେତ କ˚ଗ୍ରେସ କାଉନସିଲର, ସମିତି ସଭ୍ୟ ଓ ସରପଞ୍ଚ ଉପସ୍ଥିତ ଥିଲେ। ଏଥିରେ ମହିଳା କମିଟି କର୍ମକର୍ତ୍ତା,ବ୍ଲକ କର୍ମକର୍ତ୍ତା ଓ ନଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।