- ହଜାର ହଜାର କୋଟିର ଖଣି ଅଞ୍ଚଳରେ ଅନାହାର ମୃତ୍ୟୁ
- ଲଷ୍ମଣ ବାଗ ନିର୍ବାଚନରେ "ଦାଦନ ମଜା" ପ୍ରଚାର କରିବେନି କି : କଂଗ୍ରେସ
- ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜିବୀଙ୍କୁ ବାରଣ
- କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ମୋନ୍ଥା
- କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ, ଶତକଡା ୪୦ ଆଦିବାସୀ କିନ୍ତୁ ବିଜେପି- ବିଜେଡି ଆଦିବାସୀଙ୍କୁ ପ୍ରାର୍ଥୀ କଲେ...
କ˚ଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା
ଜୟପୁର, 15 ଏପ୍ରିଲ୍ : ଜିଲ୍ଲା କ˚ଗ୍ରେସ କମିଟି ଓ ମହିଳା କ˚ଗ୍ରେସ କମିଟି ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶଶୀଭୁଷଣ ପାତ୍ରଙ୍କ ନେତୃତ୍ବରେ ଆଜି କ˚ଗ୍ରେସ କର୍ମୀ ମାନେ ମୁଖ୍ୟରାସ୍ତାରେ କ˚ଗ୍ରେସ ଭବନ ସମ୍ମୁଖରେ ମଶାଲ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନଗର କ˚ଗ୍ରେସ ସଭାପତି ନରେନ୍ଦ୍ର ମହାନ୍ତି,ଜିଲ୍ଲା ମହିଳା ସଭାପତି ନଳିନୀ ରଥ ଙ୍କ ସମେତ ଅନ୍ୟ କ˚ଗ୍ରେସ କର୍ମୀମାନେ ମଶାଲ ଧରି ରାଜ୍ୟରେ ନାରୀ ନିର୍ଯ୍ୟାତନା, ଧର୍ଷଣ,ଗଣଧର୍ଷଣ, ମହିଳା, ବାଳିକ ନିଖୋଜ ଓ ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଏହି ଶୋଭାଯାତ୍ରା ଆୟୋଜନ କରିଥିଲେ। ଏହିରେ ଅନ୍ୟମାନଙ୍କ ମଧ୍ୟରେ କ˚ଗ୍ରେସ ଯୁବ ନେତା ସୁକାନ୍ତ ପଟ୍ଟନାୟକ, ବ୍ଲକ ସଭାପତି ବସନ୍ତ ନାୟକ, ରମେଶ ରାଓ, ସୁପ୍ରଭା ବରାହି, ଅନିତା ନାୟକ, କୃଷ୍ଣ ନେପାକ, ଭଗବାନ ବାହିନୀପତିଙ୍କ ସମେତ କ˚ଗ୍ରେସ କାଉନସିଲର, ସମିତି ସଭ୍ୟ ଓ ସରପଞ୍ଚ ଉପସ୍ଥିତ ଥିଲେ। ଏଥିରେ ମହିଳା କମିଟି କର୍ମକର୍ତ୍ତା,ବ୍ଲକ କର୍ମକର୍ତ୍ତା ଓ ନଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।