Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଆୟ ବର୍ହିଃଭୁତ ସମ୍ପତି ଠୁଳ ଅଭିଯୋଗରେ ଏଆରଆଇଙ୍କ ଘରେ ଭିଜିଲାନ୍ସର ଚଢାଉ
FMNEWS.IN
26-12-2024
ଜୟପୁର, ୨୬ ଡିସେମ୍ବର - ବୋରିଗୁମ୍ମା ତହସିଲର କୁମୁଲି ସର୍କଲର ଏଆରଆଇ ସୁରେନ୍ଦ୍ର ତନ୍ତିଙ୍କ ଘରେ ଜୟପୁର ଭିଜିଲାନ୍ସର ଚଢାଉ ହୋଇଛି । କୋରାପୁଟ ଜିଲାର ୮ଟି ସ୍ଥାନ ରେ ଚଡାଉ କରାଯାଇଛି । ଆୟ ବର୍ହିଃଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ଚଢାଉ ରେ ୩ ଜଣ ଡିଏସପି,୭ ଜଣ ନିରିକ୍ଷକ, ୫ ଜଣ ଏଏସଆଇ ଅନ୍ୟ ସହ କର୍ମି ମାନେ ଚଢାଉରେ ସାମିଲ ହୋଇଥିଲେ। ବୋରିଗୁମ୍ମାରେ ୨ ମହଲା ବିଶିଷ୍ଟ କୋଠା, ବୋରିଗୁମ୍ମାରେ ରହୁଥିବା ତନ୍ତି ଙ୍କ ଝିଅଙ୍କର ଭଡା ଘରେ, ପୈତୃତ ଘର ରଣସପୁର, କାମଚା ଗ୍ରାମରେ ଥିବା ସମ୍ପର୍କିୟ, ବୋରିଗୁମ୍ମା ରେ ଥିବା ସମ୍ପର୍କୀୟଙ୍କ ୨ ମହଲା ଘର, ବୋରିଗୁମ୍ମା ମାର୍କେଟ କମ୍ପେ୍ଲକ୍ସର ୨ ମହଲା ଘର , ବୋରିଗୁମ୍ମାରେ ନିଜ ଘର କୁମୁଲି ର ଅଫିସ ଚାମ୍ବର ରେ ଚଢାଉ କରାଯାଇଛି । ୨ଟି ବହୁତଳ କୋଠା, ୮ଟି ପ୍ଲଟ, ୧୫୨ ଗ୍ରାମ ସୁନା, ୧ଲକ୍ଷ ୫୫ ହଜାର ନଗଧ ଟଙ୍କା, ୩ଟି ଚାରିଚକିଆ ଯାନ ସହ ବ୍ୟାଙ୍କ ଇନସ୍ୱରାନ୍ସ, ପୋଷ୍ଟାଲ ଡିପୋଜିଟ ଆଦି ଠାବ କରିଛି ।