Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଦେଶରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସର 2ଜଣ ରୋଗୀ ଚିହ୍ନଟ
FMNEWS.IN
06-01-2025
(FMNews):-ଭାରତରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ (ଏଚଏମପିଭି)ର ଦୁଇଜଣ ରୋଗୀ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଜଣେ ପିଲାର ରିପୋର୍ଟ ପିଜିଟିଭ ଆସିଛି । ତେବେ ଆଶ୍ଚର୍ଯ୍ୟର କଥା ପିଲାଟିର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ଚୀନରେ ଏଭଳି ରୋଗୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଭାରତରେ ଏହା ପ୍ରଥମ ମାମଲା ଅଟେ । ଦ୍ୱିତୀୟ ମାମଲାଟି ବି ଏହି ରାଜ୍ୟର ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ଏହି ଭାଇରସର ଦୁଇଜଣ ରୋଗୀ ଚିହ୍ନଟ ନେଇ ସୂଚନା ଦେଇଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଏହି ରୋଗକୁ ନେଇ ସତର୍କ ରହିଛି । ଆଇସିଏମଆର ନିୟମିତ ଯାଂଚ ଜରିଆରେ କର୍ଣ୍ଣାଟକରେ ଏହି ଭାଇରସର ଦୁଇ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାପରେ ଯାଂଚକୁ କଡାକଡି କରାଯାଇଛି ।