Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଦେଶରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସର 2ଜଣ ରୋଗୀ ଚିହ୍ନଟ
FMNEWS.IN
06-01-2025
(FMNews):-ଭାରତରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ (ଏଚଏମପିଭି)ର ଦୁଇଜଣ ରୋଗୀ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଜଣେ ପିଲାର ରିପୋର୍ଟ ପିଜିଟିଭ ଆସିଛି । ତେବେ ଆଶ୍ଚର୍ଯ୍ୟର କଥା ପିଲାଟିର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ଚୀନରେ ଏଭଳି ରୋଗୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଭାରତରେ ଏହା ପ୍ରଥମ ମାମଲା ଅଟେ । ଦ୍ୱିତୀୟ ମାମଲାଟି ବି ଏହି ରାଜ୍ୟର ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ଏହି ଭାଇରସର ଦୁଇଜଣ ରୋଗୀ ଚିହ୍ନଟ ନେଇ ସୂଚନା ଦେଇଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଏହି ରୋଗକୁ ନେଇ ସତର୍କ ରହିଛି । ଆଇସିଏମଆର ନିୟମିତ ଯାଂଚ ଜରିଆରେ କର୍ଣ୍ଣାଟକରେ ଏହି ଭାଇରସର ଦୁଇ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାପରେ ଯାଂଚକୁ କଡାକଡି କରାଯାଇଛି ।