- ମାଲକାନଗିରି ମୋଟୁରୁ 'ଗାନ୍ଧୀ ପଥେ ପଦଯାତ୍ରା' ଆରମ୍ଭ: ମାଲକାନଗିରିରୁ ମୟୂରଭଞ୍ଜ ବର୍ଷବ୍ୟାପୀ ଚାଲିବ ଏହି ପଦଯାତ୍ରା
- ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨ ଓ ୩ ଦୁଇଦିନ,ନୂଆପଡ଼ା ନିର୍ବାଚନ ପରେ ଦ୍ୱିତୀୟ ପଦଯାତ୍ରା
- ମୋଦୀଙ୍କ ବକ୍ତବ୍ୟକୁ କ଼଼ଡା ସମାଲୋଚନା କଲେ ପିସିସି ସଭାପତି ଭକ୍ତ ଦାସ,କହିଲେ ଓଡିଶାର ଖଣିଖାଦାନ ଲୁଟିବାରେ ମାତିଛି...
- 'ଭୋଟ୍ ଚୋର ଗାଦି ଛାଡ' ଦସ୍ତଖତ ଅଭିଯାନ ତ୍ବରାନ୍ବିତ
- କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଗ୍ରହଣୀୟତାରେ ମୋଦୀ ଭୟଭୀତ: ଭକ୍ତ ଦାସ୍
ଯେ କୌଣସି ସାଂସାରିକ କାର୍ଯ୍ୟକୁ ମଧ୍ୟ ଭଗବାନଙ୍କ ଉଦ୍ଦେଶ୍ୟ ରେ କରିବାକୁ ଭକ୍ତି କୁହାଯାଏ :କର୍ମ, ଜ୍ଞାନ ଏଵଂ ଭକ୍ତି

ବଲାଙ୍ଗିର, 1 ଜାନୁଆରି:ଜଗଦଗୁରୁତ୍ତମ୍ ଶ୍ରୀ କୃପାଳୁ ଜୀ ମହାରାଜ ଙ୍କ ପୌତ୍ର ଶ୍ରୀ ନୀଳମଣି କୃପାଳୁ ଦାସ ଜୀଙ୍କ ଷଷ୍ଠ ଦିନର ଦିବ୍ୟ ଆଧ୍ୟାତ୍ମିକ ପ୍ରବଚନ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡ଼ିଆରେ ସନ୍ଧ୍ୟା 06.00 ରୁ 08.00 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ମ, ଜ୍ଞାନ ଏଵଂ ଭକ୍ତିର ସଜ୍ଞା ବିଷୟରେ ସୁନ୍ଦର ଭାବେ ବୁଝାଇଥିଲେ। ଯେ କୌଣସି ସାଂସାରିକ କାର୍ଯ୍ୟକୁ ମଧ୍ୟ ଭଗବାନଙ୍କ ଉଦ୍ଦେଶ୍ୟ ରେ କରିବାକୁ ଭକ୍ତି କୁହାଯାଏ। ଏଭଳି ଅନେକ ଉଦାହରଣ ଦେଇ ଗୀତା,ଭାଗବତ, ରାମାୟଣର ଦୋହା ସହିତ ବୁଝାଇଥିଲେ। ଏତେ କମ୍ ବୟସରେ ଭକ୍ତ ମାନଙ୍କ ଆଧ୍ୟାତ୍ମିକ ପ୍ରଶ୍ନର ଜବାବ ରଖି ଶାସ୍ତ୍ର ବେଦର ପୃଷ୍ଠା ସଂଖ୍ୟା ସହ କହି ସମସ୍ତ ଭକ୍ତ ମଣ୍ଡଳୀଙ୍କୁ ଚମତ୍କୃତ କରିଥିଲେ।କାର୍ଯ୍ୟକ୍ରମରେ ଅନେକ ଭକ୍ତ ସେମାନଙ୍କ ଦିବ୍ୟ ଅନୁଭୂତି ଜଣାଇ ବୃନ୍ଦାବନ ଧାମ ର ଭାବନା ଆସୁଛି ବୋଲି ମତ ରଖିଛନ୍ତି। ଆହୁରି ଅନେକ ଜଣ ଏହି କାର୍ଯ୍ୟକ୍ରମ କୁ ଆଗକୁ ବଢ଼ାଇବାକୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମ ମଧ୍ୟରେ ବୃନ୍ଦାବନ ପରି ଫୁଲ ହୋଲି , ଶ୍ରୋତା ଗଣଙ୍କ ଆଧ୍ୟାତ୍ମିକ ପ୍ରଶ୍ନ ର ଉତ୍ତର, ଲୁଟନ ଇତ୍ୟାଦି ହେବ ବୋଲି ସୂଚନା ମିଳିଛି। ଅନେକ ଜଣ ଭକ୍ତ ପ୍ରବଚନ ପରେ ଭକ୍ତିରେ ଆତ୍ମ ବିଭୋର ହୋଇ ଗଦଗଦ କଣ୍ଠରେ ଏହି ବ୍ୟବସ୍ଥାର ଉଚ୍ଚ ପ୍ରଶଂସା କରି ସେମାନଙ୍କ ମତାମତ ରଖିଥିଲେ।ଏହି ପ୍ରବଚନ ଶୁଣିବା ପାଇଁ ବଲାଙ୍ଗିର ସହର ଓ ପାଖାପାଖି ଅଞ୍ଚଳର ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଆସି ପ୍ରବଚନ ଶୁଣିଥିଲେ।ପ୍ରବଚନ ପେଣ୍ଡାଲ ବାହାରେ ମଧ୍ୟ ପରଦା ମାଧ୍ୟମରେ ଅନେକ ଜଣ ପ୍ରବଚନ ର ଲାଭ ନେଇଥିଲେ। ପ୍ରବଚନ ଶେଷ ରେ ରାଧାକୃଷ୍ଣ ଙ୍କ ଆରତୀ କରିବା ପରେ ଭକ୍ତ ମାନଙ୍କୁ ମିଷ୍ଟାନ୍ନ ପ୍ରସାଦ ବଣ୍ଟନ କରା ଯାଇଥିଲା। ଶ୍ରୀ ନୀଳମଣି ଜୀଙ୍କ ସାନ୍ନିଧ୍ୟ ରେ କୋଶଳ କଳାମଣ୍ଡଳ ପ୍ରବଚନ ସ୍ଥଳ ରେ ସକାଳ ୧୦.୦୦ ଟା ରୁ ୧୨.୦୦ ପର୍ଯ୍ୟନ୍ତ ସତସଙ୍ଗ ,ଭଜନ କୀର୍ତ୍ତନ ମାଧ୍ୟମରେ ଭକ୍ତି ସାଧନା ଶିକ୍ଷା କାର୍ଯ୍ୟକ୍ରମ ହୋଇଥଲା।