- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ନୂଆ ବର୍ଷରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
(FMNews): ନୂଆ ବର୍ଷରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ୨୦୨୫ ମସିହା ଫେବୃଆରୀ ମାସରେ ନୂଆ ଯୋଜନାର ଲାଭ ଉଠେଇବେ ହିତାଧିକାରି। ନୂଆ ବର୍ଷ ଅର୍ଥାତ ୨୦୨୫ ମସିହା ଆରମ୍ଭରେ ସ୍ବାସ୍ଥ୍ୟ ବିଭାଗରେ ବୈପ୍ଲବିକ ପରିବର୍ତ୍ତନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ରାଜ୍ୟରେ ୨୦୨୫ ମସିହା ଫେବୃଆରୀ ମାସରେ ପାଖାପାଖି ୧ କୋଟି ପାରିବାରକୁ ମିଳିବ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଯେଉଁଥିରେ ରାଜ୍ୟର ଜନସଂଖ୍ୟା ସାଢେ଼ ୪ କୋଟି ଲୋକଙ୍କ ମଧ୍ୟରୁ ସାଢ଼େ ୩ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଏହି ସ୍ବାସ୍ଥ୍ୟ କାର୍ଡ। ନୂଆ ବର୍ଷରେ ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ କ୍ଷେତ୍ରରେ ବଡ ବିକଳ୍ପ ବ୍ୟବସ୍ଥା ଆଣିବା ପାଇଁ ଯୋଜନା ରଖିଛନ୍ତି ସରକାର ଏ ନେଇ ଆଜି ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ କୁମାର ମହଲିଂଗ।
କେନ୍ଦ୍ରୀୟ ଟିମ ସର୍ଭେ କରି ଯାଇଛନ୍ତି ଖୁବ୍ ଶୀଘ୍ର ନୂଆ ବର୍ଷରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବା ସହ କେହି ଏଥିରୁ ବାଦ୍ ପଡ଼ିବେନି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀମୁକେଶ ମହାଲିଙ୍ଗ। ଏହି ଯୋଜନାର ଫାଇଦା ଓଡ଼ିଶାର କୌଣସି ବି କାର୍ଡ ଧାରି ଯେ କୌଣସି ସ୍ଥାନରେ ବ୍ୟବାହର କରି ପାରିବେ। ଅର୍ଥାତ୍ ରାଜ୍ୟ ବାହାରକୁ ଯାଉଥିବା ଦାଦନ ଶ୍ରମିକ ମାନେ ମଧ୍ୟ ଏହି କାର୍ଡର ଲାଭ ଉଠେଇ ପାରିବେ। କେବଳ ସେତିକି ନୁହେଁ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ ବୋଲି ମନ୍ତ୍ରୀ କହିଛନ୍ତି।