- ବିହାରର ପୂର୍ଣ୍ଣିଆରେ ‘ଭୋଟର ଅଧିକାର ଯାତ୍ରା’: ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ କଲେ ମୋଟରସାଇକେଲ ଚାଳନା
- ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍ : ହିରାକୁଦ ଜଳଭଣ୍ଡାରରୁ ୮ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
- ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
- 2035 ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ ନିର୍ମାଣ କରିବାକୁ ଯାଉଛି, ପ୍ରଥମ ମଡ୍ୟୁଲ୍ 2028 ସୁଦ୍ଧା ଲଞ୍ଚ ହେବ - ଭି ନାରା...
- ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବ କେବେ ? ଜବାବ ଦେବେ କି ଧର୍ମେନ୍ଦ୍ର ବାବୁ ? କଂଗ୍ରେସ ମାଗିଲା ଊତ୍ତର
ସାମାଜିକ ଗଣମାଧ୍ୟମ ଓ ଇଣ୍ଟରନେଣ୍ଟ ପ୍ରତି ଆଗ୍ରହ ବୃଦ୍ଧି ଯୋଗୁଁ ହଜି ଯାଉଛି "ଗ୍ରୀଟିଙ୍ଗ କାର୍ଡ

ଘଟଗାଁ, ୨୯ ଡିସେମ୍ବର- ସାମାଜିକ ଗଣମାଧ୍ୟମ ଓ ଇଣ୍ଟରନେଟ ପ୍ରତି ଲୋକମାନଙ୍କର ଆଗ୍ରହ ବଢ଼ିଚାଲିଥିବାରୁ ଵର୍ତମାନ ସମୟରେ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଶୁଭେଛା ବାର୍ତ୍ତା ଜଣାଇବା ଲାଗି ଆଉ ଗ୍ରୀତିଙ୍ଗସ କାର୍ଡର ବ୍ୟବହାର କରୁ ନାହାଁନ୍ତି, ପ୍ରାୟତଃ ସମସ୍ତେ ଇଣ୍ଟରନେଣ୍ଟ ଓ ସାମାଜିକ ଗଣମାଧ୍ୟମକୁ ଆପଣେଇ ନେଉଛନ୍ତି। ଯାହାଫଳରେ ଗତ କିଛି ବର୍ଷ ହେଲା ଗ୍ରୀଟିଙ୍ଗକାର୍ଡ ର ବିକ୍ରି ବହୁଳ ଭାବେ ହ୍ରାସ ପାଇ ଲୁଚିଯିବା ଅବସ୍ଥାରେ ପହଁଞ୍ଚିଛି।
ଅତୀତରେ ନୂତନ ବର୍ଷର ଆଗମନ ପୂର୍ବରୁ ରାସ୍ତା ଘାଟ, ଦୋକାନ, ହାଟ ବଜାର ମାନଙ୍କରେ ଭଳି ଭଳି ରଙ୍ଗ ବେରଙ୍ଗର ଗ୍ରୀଟିଙ୍ଗ କାର୍ଡ ବିକ୍ରି ହେଉଥିଲା, ଏବଂ ଛୋଟରୁ ବଡ ସମସ୍ତଙ୍କ ଗହଳି ଗ୍ରୀଟିଙ୍ଗ ବିକ୍ରି ହେଉଥିବା ଦୋକାନ ମାଙ୍କରେ ଲାଗି ରହୁଥିଲା, ହେଲେ ଗତ କିଛି ବର୍ଷ ହେଲା ଇଣ୍ଟରନେଟ ର ଚାହିଦା ବୃଦ୍ଧି ଯୋଗୁଁ ଗ୍ରୀଟିଙ୍ଗ କାର୍ଡ ର ଚାହିଦା କମି କମି ହଜିଯିବା ଅବସ୍ଥାରେ ପହଁଚିଛି। ଆଉ କିଛି ଦିନ ପରେ ୨0୨୪ ବିଦାୟ ନେବ ଓ ୨0୨୫ ର ଆଗମନ ହେବ, ଛୋଟ ଠାରୁ ବଡ ସମସ୍ତଙ୍କ ମଧ୍ୟରେ ଶୁଭେଛାର ବାର୍ତା ଜଣାଇବା ଲାଗି ଆଗ୍ରହ ଉଙ୍କି ମାରିଛି ହେଲେ ବଦଳି ଯାଇଛି ଶୁଭେଚ୍ଛା ର ବାର୍ତ୍ତା ଜଣାଇବାର ମାଧ୍ୟମ। ଵର୍ତମାନ ଗ୍ରୀଟିଙ୍ଗକାର୍ଡ ବଦଳରେ ସ୍ମାଟ ଫୋନ ରେ ସାମାଜିକ ଗଣମାଧ୍ୟମ, ଇଣ୍ଟରନେଣ୍ଟ, ହ୍ଵାଟସ ଆପ ରେ ହଜାର ହଜାର କିଲୋମିଟର ଦୂରରେ ଥିବା ବ୍ୟକ୍ତି ମାନଙ୍କୁ ନିମିଷକେ ମଧ୍ୟରେ ପଠାଇ ପାରୁଥିବାରୁ ଗ୍ରୀଟିଙ୍ଗକାର୍ଡ ଆଜି ଲୁପ୍ତ ଅବସ୍ଥାରେ ପହଁଚି ଯାଇଛି।