- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
କାକଟପୁର ମା ମଙ୍ଗଳାଙ୍କ ପଂଚମ ପାଳି ଯାତ୍ରା ଓ ପ୍ରସିଦ୍ଧ ଝାମୁ ଯାତ୍ରା ଅନୁଷ୍ଠିତ : ରାଜ ରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା
ପୁରୀ, ୧୫ ଅପ୍ରେଲ - ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଆଜି ପଂଚମ ପାଳି ତଥା ଶେଷ ପାଳି ଯାତ୍ରା ଓ ପ୍ରସିଦ୍ଧ ଝାମୁ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି । ପ୍ରତ୍ୟୁଷରୁ ମା ଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବା ପରେ ରାଜ ରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା । ଗାଁ ମାନଙ୍କରେ ମହିଳା ମାନେ ଆଜି ଶେଷ ପାଳିରେ ପନ୍ଥେଇ ଓଷା ଶେଷ କରିଛନ୍ତି । ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ମା ମଙ୍ଗଳାଙ୍କ ନେତ୍ରୋତ୍ସବ ଠାରୁ ଆରମ୍ଭ ହୋଇଥିବା ଏହି ପାଳି ଯାତ୍ରା ବୈଶାଖ ମାସର ପ୍ରଥମ ମଙ୍ଗଳବାର ଝାମୁ ଯାତ୍ରା ପରେ ଆଜି ଶେଷ ହୋଇଛି ।
ଏହି ଉପଲକ୍ଷେ ଆଜି ଭୋର୍ ୩ଟାରୁ ମା ଙ୍କ ସ୍ନାନ, ମାଜଣା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ରାଜରାଜେଶ୍ୱରୀ ବେଶ ପରେ ଭୋର୍ ୪ଟାରେ ପହଡ଼ ଖୋଲିଥିଲା । ଦ୍ୱି ପ୍ରହରରେ ଝଙ୍କଡ଼ ଶାରଳା ପୀଠରୁ ଆସିଥିବା ମାଳି ସମ୍ପ୍ରଦାୟର ପାଟୁଆ ମାନେ ପାରମ୍ପରିକ ଢ଼ୋଲ, ମହୁରୀ ବାଦ୍ୟର ରୋଷଣୀରେ ମାଙ୍କ ଠାରୁ ଆଜ୍ଞାମାଳ ନେଇ ପ୍ରାଚୀ ନଦୀର ଘାଟରୁ ପାଣି ତୋଳିବା ପରେ ମନ୍ଦିର ସମ୍ମୁଖରେ ନିର୍ମିତ ୧୨ ଫୁଟ୍ ଲମ୍ବର ଏକ ନିଆଁ ଖଳାରେ ଚାଲିଥିଲେ ତଥା ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଝାମୁ ଯାତ୍ରା ଦେଖିବା ପାଇଁ ଏଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।