- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ମାହେଶ୍ୱରୀ ସେନା ବଲାଙ୍ଗିରର ବାର୍ଷିକ ବନ୍ଧୁମିଳନ
ବଲାଙ୍ଗିର- ବଲାଙ୍ଗିର ଜିଲ୍ଲା ଛତାମଖନା ସ୍ଥିତ କିରାବାହାଲ ନୂତନ ନିର୍ମିତ ଚେକ୍ଡ୍ୟାମ ଠାରେ ମା ମାହେଶ୍ୱରୀ ସେନା, ବଲାଙ୍ଗିରର ବାର୍ଷିକ ବନ୍ଧୁମିଳନ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ବୈଠକରେ ମାଁ ମାହେଶ୍ୱରୀ ସେନାର ସେବା କାର୍ଯ୍ୟକ୍ରମ ଗୁଡିକ ବିଷୟରେ ଆଲୋଚନା କରାଯିବା ସହିତ କିପରି ସମସ୍ତ ଗ୍ରାମ୍ୟ ସ୍ତରରେ ଠିକ୍ ଭାବେ ପହଂଚି ପାରିବ ଓ ସଂଗଠନରେ ଆହୁରି ସଦସ୍ୟ ଯୋଡି ହୋଇ ପାରିବେ ସମସ୍ତ ସଦସ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତା ସହିତ ଆଗାମୀ ଦିନରେ ମାଁ ମାହେଶ୍ୱରୀ ସେନା ଦ୍ୱାରା ଆୟୋଜିତ ୪ତମ ମାହେଶ୍ୱରୀ ମହୋତ୍ସବ କିପରି ସୁଚାରୁରୂପେ ପରିଚାଳିତ ହେବ ଆଲୋଚନା କରାଯାଇଥିଲା ।
ବୈଠକରେ ସଂଗଠନର ନିୟମାବଳୀ ଉପସ୍ଥାପିତ ହୋଇଥିଲା । ମା ମାହେଶ୍ୱରୀ ସେନା ସମସ୍ତ ସଦସ୍ୟ ବୃନ୍ଦ ଆଗାମୀ ଭବିଷ୍ୟତରେ ଅଧିକ ଶୃଙ୍ଖଳିତ ରହିବା ସହ ଲୋକଙ୍କ ସେବା ଯୋଗାଇ ଦେବା ପାଇଁ ସଂଗଠନର ସୁରେଶ କମ୍ପ, ଅରୁଣ ପଲତା, ପାର୍ଥ କର୍ଣ୍ଣ, ମନୋଜ ଖମାରୀ, ମନୋଜ କରଣ, ରବି କର୍ମି, ସଞ୍ଜିତ ମହାକୁର, ସନ୍ତୋଷ ମହାକୁର, ପୁରୁଷୋତ୍ତମ କର୍ଣ୍ଣ, ନବିନ ପଧାନ, ଶତୃଘ୍ନ ପାତ୍ର, ସୌମ୍ୟରଞ୍ଜନ ପଧାନ, ସୁମନ୍ତ ପଦାନ, ମୋହନ ମହାକୁର, ମହାଦେବ ମହାକୁର, ବିକାଶ ମେଲ୍ଲି, ବଲିଆର ବସ୍ତିଆ, ଲକ୍ଷ୍ମିକାନ୍ତ ମହାକୁର, ପ୍ରଶାନ୍ତ କର୍ମି, ଜିତୁ ଚାଉଲିଆ ମତ ପ୍ରକାଶ କରିଥିଲେ । ଶେଷରେ ସଂଗଠନର ରମାକାନ୍ତ ମେଶ୍ୱା ଧନ୍ୟବାଦ ଅର୍ପଣ କରିଥିଲେ । ମା ମାହେଶ୍ୱରୀ ସେନାର ସମସ୍ତ ସଦସ୍ୟ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ।