- ଅନୁଗୁଳ ଜିଲ୍ଲା କଂଗ୍ରେସର ଟାଟା ପାୱାର ଅଫିସ ଘେରାଊ
- ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ
- ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା
- ଅନୁଗୁଳ ପି.ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦ୍ବାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ
- ଉନ୍ନାଓ ପୀଡ଼ିତା ଅପରାଧୀଙ୍କୁ ବେଲ୍ ଆଦେଶ ପରେ ରାହୁଲ ଗାନ୍ଧୀ କହିଲେ ‘ଡେଡ୍ ସୋସାଇଟି ’
ମାହେଶ୍ୱରୀ ସେନା ବଲାଙ୍ଗିରର ବାର୍ଷିକ ବନ୍ଧୁମିଳନ
ବଲାଙ୍ଗିର- ବଲାଙ୍ଗିର ଜିଲ୍ଲା ଛତାମଖନା ସ୍ଥିତ କିରାବାହାଲ ନୂତନ ନିର୍ମିତ ଚେକ୍ଡ୍ୟାମ ଠାରେ ମା ମାହେଶ୍ୱରୀ ସେନା, ବଲାଙ୍ଗିରର ବାର୍ଷିକ ବନ୍ଧୁମିଳନ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ବୈଠକରେ ମାଁ ମାହେଶ୍ୱରୀ ସେନାର ସେବା କାର୍ଯ୍ୟକ୍ରମ ଗୁଡିକ ବିଷୟରେ ଆଲୋଚନା କରାଯିବା ସହିତ କିପରି ସମସ୍ତ ଗ୍ରାମ୍ୟ ସ୍ତରରେ ଠିକ୍ ଭାବେ ପହଂଚି ପାରିବ ଓ ସଂଗଠନରେ ଆହୁରି ସଦସ୍ୟ ଯୋଡି ହୋଇ ପାରିବେ ସମସ୍ତ ସଦସ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତା ସହିତ ଆଗାମୀ ଦିନରେ ମାଁ ମାହେଶ୍ୱରୀ ସେନା ଦ୍ୱାରା ଆୟୋଜିତ ୪ତମ ମାହେଶ୍ୱରୀ ମହୋତ୍ସବ କିପରି ସୁଚାରୁରୂପେ ପରିଚାଳିତ ହେବ ଆଲୋଚନା କରାଯାଇଥିଲା ।
ବୈଠକରେ ସଂଗଠନର ନିୟମାବଳୀ ଉପସ୍ଥାପିତ ହୋଇଥିଲା । ମା ମାହେଶ୍ୱରୀ ସେନା ସମସ୍ତ ସଦସ୍ୟ ବୃନ୍ଦ ଆଗାମୀ ଭବିଷ୍ୟତରେ ଅଧିକ ଶୃଙ୍ଖଳିତ ରହିବା ସହ ଲୋକଙ୍କ ସେବା ଯୋଗାଇ ଦେବା ପାଇଁ ସଂଗଠନର ସୁରେଶ କମ୍ପ, ଅରୁଣ ପଲତା, ପାର୍ଥ କର୍ଣ୍ଣ, ମନୋଜ ଖମାରୀ, ମନୋଜ କରଣ, ରବି କର୍ମି, ସଞ୍ଜିତ ମହାକୁର, ସନ୍ତୋଷ ମହାକୁର, ପୁରୁଷୋତ୍ତମ କର୍ଣ୍ଣ, ନବିନ ପଧାନ, ଶତୃଘ୍ନ ପାତ୍ର, ସୌମ୍ୟରଞ୍ଜନ ପଧାନ, ସୁମନ୍ତ ପଦାନ, ମୋହନ ମହାକୁର, ମହାଦେବ ମହାକୁର, ବିକାଶ ମେଲ୍ଲି, ବଲିଆର ବସ୍ତିଆ, ଲକ୍ଷ୍ମିକାନ୍ତ ମହାକୁର, ପ୍ରଶାନ୍ତ କର୍ମି, ଜିତୁ ଚାଉଲିଆ ମତ ପ୍ରକାଶ କରିଥିଲେ । ଶେଷରେ ସଂଗଠନର ରମାକାନ୍ତ ମେଶ୍ୱା ଧନ୍ୟବାଦ ଅର୍ପଣ କରିଥିଲେ । ମା ମାହେଶ୍ୱରୀ ସେନାର ସମସ୍ତ ସଦସ୍ୟ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ।