Breaking News
- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
- ଓଡ଼ିଶାକୁ ଏକ ନମ୍ୱର ରାଜ୍ୟ କରିବାର ସ୍ବପ୍ନ ଦେଖିଥିଲେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ :- ମୁଖ୍ୟମନ୍ତ୍ରୀ
- ଅନୁଗୁଳ ଜିଲ୍ଲା କଂଗ୍ରେସର ଟାଟା ପାୱାର ଅଫିସ ଘେରାଊ
- ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ
- ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା
ଧନୁ ସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଲାଗି ହେଲା ଧନୁମୁଆଁ ଭୋଗ, ଏକମାସ ପାଇଁ ପହିଲି ଅନ୍ନନୀତି ଭୋଗ ଆରମ୍ଭ
FMNEWS.IN
17-12-2024
ଭଦ୍ରକ - ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ଧନୁମୁଆଁ ଭୋଗ। ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ପୌଷମାସର ପ୍ରଥମଦିନ ହୋଇଥିବାରୁ ମଣିବାବାଙ୍କୁ ଏକମାସ ଧରି ପହିଲି ଅନ୍ନନୀତି ଭୋଗ ଲାଗି କରାଯିବ। ଏଥିପାଇଁ ଆଜି ଭୋର ୪ଟାରେ ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ସମ୍ପନ୍ନ ହେବା ପରେ ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ସେବାୟତ ଓ ଭକ୍ତଙ୍କ ପକ୍ଷରୁ ଧନୁମୁଆଁ ଭୋଗ ଲାଗି କରାଯାଇଥିଲା। ପରେ ପହିଲୁ ଅନ୍ନନୀତି ଭୋଗ ଲାଗି ହେବା ପରେ ସାହଣମେଲାରେ ଭକ୍ତମାନେ ଧାଡି ଦର୍ଶନ କରିଥିଲେ। ଅପରାହ୍ଣ ସୁଧା ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ପରେ ସଂଧ୍ୟାରେ ଧନୁ ନୀତି ଭୋଗ ଲାଗି ହେବା ସହ ବଡ ଆଳତୀ ଅନୁଷ୍ଠିତ ହୋଇଥିଲା। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଆରଡି ଫାଣ୍ଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।