- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଶ୍ଵାସ ରୋଗ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ଗଞ୍ଜାମ, ୨୩ ଡିସେମ୍ବର- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶ୍ୱାସରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଶୀତରୁତୁରେ ବର୍ଷା, ଧୂଳି, ପୁଷ୍ପରେଣୁ, ଘର ଅଳନ୍ଧୁ, ଛୁଙ୍କ, ଶ୍ୱାସ ନଳୀର ସମ୍ପର୍କରେ ଆସିଲେ ଦୁର୍ବଳ ନାଡୀତନ୍ତୁ ବିକ୍ଷୁବ୍ଧ ହୋଇ ଶ୍ୱାସ ରୋଗ ସୃଷ୍ଟି ହୁଏ। ଫୁସଫୁସର ବାୟୁ କୋଷ, ଶ୍ଵାସନଳୀରେ କଫ ଜମି ରହିଲେ, ଆଲର୍ଜି ହେଲେ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହୁଏ। କାରଣକୁ ଛାଡି ଖୋଲା ଶୁଦ୍ଧ ପରିବେଶରେ ରହିବେ, ମୃଦୁ ବ୍ୟାୟମ କରିବେ, ସୋରିଷ ତେଲ ମାଲିସ୍ କରିବେ, ପାଚିଲା ଫଳ, ଦ୍ରାକ୍ଷା ଖାଇବେ, ପୃଷ୍ଟିକର ଖାଦ୍ୟ ଖାଇବେ। ଥଣ୍ଡା ପାନୀୟ, ଖଟା ଖାଇବେ ନାହିଁ। ବାସଙ୍ଗପତ୍ର ରସ, ଗୁଡ଼, ବାହାଡ଼ା,ପିପ୍ପଳୀ, ସୋରିଷ ତେଲ ମିଶାଇ ଖାଇଲେ ଭଲ ହୋଇଯିବ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ।