- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ଚିଡିଆଖାନାରେ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ସମ୍ବଲପୁର: - ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ବ୍ରୁକ୍ସହିଲ୍ ସ୍ଥିତ ସମ୍ବଲପୁର ଚିଡିଆଖାନାର ବନ୍ୟପ୍ରାଣୀ ଏବଂ ପକ୍ଷୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗ୍ରୀଷ୍ମ ଦାଉରୁ ପଶୁପକ୍ଷୀମାନଙ୍କୁ ସୁରକ୍ଷା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଓ ଆରାମକୁ ନଜରରେ ରଖି ଥଣ୍ଡା ପରିବେଶ ସକାଶେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପଦକ୍ଷେପ ନେଉଛି । ଏମାନଙ୍କୁ ଶୀତଳତା ଅନୁଭବ ପ୍ରଦାନ କରିବା ପାଇଁ ବିଭିନ୍ନ ଏନ୍କ୍ଲୋଜରରେ ଜଳ ସିଂଚନ, ଏୟାର କୁଲର, ବାଉଁଶ ଆସ୍ତରଣ, ନଡ଼ା ଛପର ସହିତ ଖରାଦିନିଆ ଖାଦ୍ୟ ପରିିବେଶ କରାଯାଉଛି । ଏପରିକି ଚିଡ଼ିଆଖାନାରେ ଜଳବାୟୁକୁ ଶୀତଳ ରଖିବା ପାଇଁ ଜଳ ସ୍ପ୍ରିଙ୍କଲର ଓ ଜଳାଶୟମାନା ସମସ୍ତ ଏନ୍କ୍ଳୋଜରରେ ରହିଛି । ବିଭିନ୍ନ ଏନ୍କ୍ଳୋଜର ଉପରେ ନଡ଼ା ଛପର କରାଯାଇଛି । ଚିତାବାଘ, ଭାଲୁ ଏବଂ ଅନ୍ୟ ଭାଲୁ ପ୍ରଜାତିର ଜନ୍ତୁଙ୍କ ପାଇଁ ଏୟାର କଣ୍ଡିସନ୍ର ମଧ୍ୟ ବ୍ୟବସ୍ଥା କରାଯାଇଥିବା ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି । ଚିତାବାଘ ଏବଂ ଭାଲୁମାନଙ୍କ ପାଇଁ ବରଫ ଖଣ୍ଡମାନ ରଖାଯାଇଛି । ଦହି, ମହୁ, ତରଭୁଜ ଓ ଆଖୁ ରସ ପରିବେଷଣ କରାଯାଉଛି । ଏହା ବ୍ୟତୀତ ଭିଟାମିନ୍ ଓ ମିନେରାଲ ମିଶ୍ରଣ, ଇଲେକ୍ଟ୍ରୋଲାଇଟ୍ ପାଉଡର ପଶୁପକ୍ଷୀମାନଙ୍କୁ ଦିଆଯାଉଛି । ୧୨ ହେକ୍ଟରରୁ ଉର୍ଦ୍ଧ୍ୱ ପରିମିତ ଜମିରେ ଥିବା ସମ୍ବଲପୁର ଜୁରେ ଥିବା ୨୬ଟି ଏନ୍କ୍ଲୋଜରରେ ୧୭ ପ୍ରଜାତିର ୩ଶହରୁ ଉର୍ଦ୍ଧ୍ୱ ପଶୁପକ୍ଷୀ ଅଛନ୍ତି ।