- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ଚିଡିଆଖାନାରେ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ସମ୍ବଲପୁର: - ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ବ୍ରୁକ୍ସହିଲ୍ ସ୍ଥିତ ସମ୍ବଲପୁର ଚିଡିଆଖାନାର ବନ୍ୟପ୍ରାଣୀ ଏବଂ ପକ୍ଷୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗ୍ରୀଷ୍ମ ଦାଉରୁ ପଶୁପକ୍ଷୀମାନଙ୍କୁ ସୁରକ୍ଷା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଓ ଆରାମକୁ ନଜରରେ ରଖି ଥଣ୍ଡା ପରିବେଶ ସକାଶେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପଦକ୍ଷେପ ନେଉଛି । ଏମାନଙ୍କୁ ଶୀତଳତା ଅନୁଭବ ପ୍ରଦାନ କରିବା ପାଇଁ ବିଭିନ୍ନ ଏନ୍କ୍ଲୋଜରରେ ଜଳ ସିଂଚନ, ଏୟାର କୁଲର, ବାଉଁଶ ଆସ୍ତରଣ, ନଡ଼ା ଛପର ସହିତ ଖରାଦିନିଆ ଖାଦ୍ୟ ପରିିବେଶ କରାଯାଉଛି । ଏପରିକି ଚିଡ଼ିଆଖାନାରେ ଜଳବାୟୁକୁ ଶୀତଳ ରଖିବା ପାଇଁ ଜଳ ସ୍ପ୍ରିଙ୍କଲର ଓ ଜଳାଶୟମାନା ସମସ୍ତ ଏନ୍କ୍ଳୋଜରରେ ରହିଛି । ବିଭିନ୍ନ ଏନ୍କ୍ଳୋଜର ଉପରେ ନଡ଼ା ଛପର କରାଯାଇଛି । ଚିତାବାଘ, ଭାଲୁ ଏବଂ ଅନ୍ୟ ଭାଲୁ ପ୍ରଜାତିର ଜନ୍ତୁଙ୍କ ପାଇଁ ଏୟାର କଣ୍ଡିସନ୍ର ମଧ୍ୟ ବ୍ୟବସ୍ଥା କରାଯାଇଥିବା ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି । ଚିତାବାଘ ଏବଂ ଭାଲୁମାନଙ୍କ ପାଇଁ ବରଫ ଖଣ୍ଡମାନ ରଖାଯାଇଛି । ଦହି, ମହୁ, ତରଭୁଜ ଓ ଆଖୁ ରସ ପରିବେଷଣ କରାଯାଉଛି । ଏହା ବ୍ୟତୀତ ଭିଟାମିନ୍ ଓ ମିନେରାଲ ମିଶ୍ରଣ, ଇଲେକ୍ଟ୍ରୋଲାଇଟ୍ ପାଉଡର ପଶୁପକ୍ଷୀମାନଙ୍କୁ ଦିଆଯାଉଛି । ୧୨ ହେକ୍ଟରରୁ ଉର୍ଦ୍ଧ୍ୱ ପରିମିତ ଜମିରେ ଥିବା ସମ୍ବଲପୁର ଜୁରେ ଥିବା ୨୬ଟି ଏନ୍କ୍ଲୋଜରରେ ୧୭ ପ୍ରଜାତିର ୩ଶହରୁ ଉର୍ଦ୍ଧ୍ୱ ପଶୁପକ୍ଷୀ ଅଛନ୍ତି ।