- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସାହିତ୍ୟ ଖଳାରେ ଗପ ଓ କବିତା
ଜୟପୁର, 1 ଜାନୁଆରି : ଜୟପୁର ସାହିତ୍ୟ ପରିଷଦ ଦ୍ୱାରା ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର ଆଉ ନିଆରା କାର୍ଯ୍ୟକ୍ରମ ସାହିତ୍ୟ ଖଳାରେ ଗପ ଓ କବିତା। ବର୍ଷ ଶେଷରେ ଶୀତ ଆହୁଲାରେ ଚଳିତ ଇଂରାଜୀ ବର୍ଷର ଶେଷ ସାହିତ୍ୟ ଆସରଟି ଗତକାଲି ମାଆ ଲୋକେଶ୍ୱରୀ ଉଦ୍ୟାନ ପ୍ରାଙ୍ଗଣରେ ଅନୁଷ୍ଠାନର ସଭାପତି ଶ୍ରୀ ହରିହର କରସୁଧା ପଟ୍ଟନାୟକଙ୍କ ସଭାପତିତ୍ୱରେ ଚାଲିଶିରୁ ଉର୍ଦ୍ଧ୍ଵ ସାହିତ୍ୟିକଙ୍କୁ ନେଇ ଅନୁଷ୍ଠିତ ହୋଇ ସାରିଛି। ସର୍ବପ୍ରଥମେ ସଭାପତି ଶ୍ରୀ ପଟ୍ଟନାୟକ ଏବଂ ଉପଦେଷ୍ଟା ଡ଼.ସୁରେଶ ଦାଶଙ୍କଦ୍ୱାରା ଅଗ୍ନି ସଂଯୋଗ କରାଯାଇ ଥିଲା ଏବଂ ତାପରେ ଖୋଲା ଆକାଶ ତଳେ ନିଆଁ ଏବଂ ଚାହାର ଉଷ୍ମତା ନେଇ ପ୍ରତ୍ୟେକ କବି ଓ କବୟିତ୍ରୀ ଯୁବ ପ୍ରତିଭା ରାମ ନିଗମଙ୍କ ମ୍ୟୁଜିକ ସହିତ ଅଭିନବ ପ୍ରଣାଳୀରେ ପାଠ କରିଥିଲେ ସ୍ଵକୀୟ କବିତା। ଶୀତ, ନବବର୍ଷ, ପ୍ରକୃତି ଉପରେ ବିବିଧ କବିତା ଆସିବା ସହିତ କିଛି ବ୍ୟଙ୍ଗ କବିତା ମଧ୍ୟ ଆସରକୁ ଆକର୍ଷଣୀୟ କରିଥିଲା। ପ୍ରତ୍ୟେକ କବି ଓ କବୟିତ୍ରୀ ନିଜ କବିତା ପାଠ ପରେ ପରବର୍ତ୍ତୀ ସ୍ରଷ୍ଟାଙ୍କୁ କବିତା ଓ ଗଳ୍ପ ପାଠ ପାଇଁ ସଂଯୋଜିତ କରିଥିଲେ। ଶେଷରେ ସମ୍ପାଦକ ଶ୍ରୀ ନିରଞ୍ଜନ ପାଣିଗ୍ରାହି ଆଗାମୀ କାର୍ଯ୍ୟକ୍ରମ ପିଲାଙ୍କ ଗହଣରେ କବିତା କର୍ମଶାଳା ଅନୁଷ୍ଠିତ କରାଇବା ପ୍ରତିଶ୍ରୁତି ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପରିଶେଷରେ ସଭାପତି ଆସନ୍ତା ଚଇତି ମହୋତ୍ସବରେ ଅନୁଷ୍ଠିତ ହେବାକୁ ଥିବା କବିତାଭିନୟ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରି ସଭାକୁ ସାଙ୍ଗ ଘୋଷଣା କରିଥିଲେ।