BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଆସୁଛି ମକର ସଜେଇ ହେଉଛି ଗାଁ

FMNEWS.IN 12-01-2025
The village is decorated with Makar, who is coming.

ଘଟଗାଁ :ପାଖେଇ ଆସୁଛି ମକର ସଂକ୍ରାନ୍ତି, ସଜେଇ ହେଉଛି ଗାଁ । ଆଦିବାସୀବହୁଳ କେନ୍ଦୁଝର ଜିଲ୍ଲାର ମକର ହେଉଛି ଗଣପର୍ବ । ଆଦିବାସୀମାନେ ଏହାକୁ ୭ଦିନ ଧରି ପାଳନ କରିଥାନ୍ତି । ଆଦିବାସୀମାନେ ଘର ଦ୍ୱାର ଲିପାପୋଛା କରିବା ସହ ବିଭିନ୍ନ ରଙ୍ଗରେ ଘରକୁ ସଜାଇଥାନ୍ତି । ମକର ପିଠା ଖାଇବା ସହ, ନାଚଗୀତ, ଖେଳକୁଦ କରି ସଭିଏଁ ମକର ପର୍ବର ଆନନ୍ଦ ଉଠାଇଥାନ୍ତି । ଘସିପୁରା ବ୍ଲକ ଅନ୍ତର୍ଗତ ଯୁଗଳକିଶୋରପୁର ଗାଁ ମକର ପାଇଁ ଏବେ ଚଳଚଞ୍ଚଳ ହୋଇଉଠିଛି। କିଏ ଘରଦ୍ବାର ଲିପା ପୋଛା କରୁଛି ତ ଅନ୍ୟ କିଏ ବିଭିନ୍ନ ରଙ୍ଗ ଦେଇ ଘରକୁ ଆକର୍ଷଣୀୟ ଢଙ୍ଗରେ ସଜାଇବାରେ ବ୍ୟସ୍ତ ରହିଛି। ବର୍ଷକରେ ଥରେ ମକର ପର୍ବ ପାଳନ ପାଇଁ ଲୋକଙ୍କର ଏହି ସାଜସଜ୍ଜା । ମକର ସଂକ୍ରାନ୍ତି ଏଠାରେ ୭ଦିନ ଧରି ବେଶ୍ ଧୁମଧାମ୍ ରେ ପାଳିତ ହୋଇଥାଏ । ଘରେ ରଙ୍ଗଦେବା ପାଇଁ ଜଙ୍ଗଲରୁ ଲୋକେ ଲାଲ୍, ଧଳା, ହଳଦିଆ ମାଟି ସଂଗ୍ରହ କରିଥାନ୍ତି । ସେହି ମାଟିକୁ ପାଣିରେ ଭିଜାଇ ଘରକୁ ବିଭିନ୍ନ ପାରମ୍ପରିକ ଢଙ୍ଗରେ ସଜାଇଥାନ୍ତି । ଏଥିପାଇଁ ଆଦିବାସୀମାନେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି ନାହିଁ । ଏହି ପର୍ବ ପାଳନ ପାଇଁ ଘରେ ଘରେ ବିବାହିତ ଝିଅ ସହ କୁଣିଆ ଆସିବା ଆରମ୍ଭ ହୋଇଗଲାଣି । ଏଥିସହ ତିଆରି ହୁଏ ମକର ପିଠା ଆରଶ। କାକରା ଗାଁ ଗାଁରେ ନାଚଗୀତ ଓ ଅନ୍ୟାନ୍ୟ ଖେଳକୁଦ ଅନୁଷ୍ଠିତ ହୋଇଥାଏ । ୭ଦିନ ଧରି ଲୋକମାନେ ମକର ପର୍ବର ଭରପୁର ଆନନ୍ଦ ଉଠାଇଥାନ୍ତି ।