- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଆଜି ପବିତ୍ର ମକରସଂକ୍ରାନ୍ତି
ଭୁବନେଶ୍ୱର, 14 ଜାନୁଆରି - ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏଥିଲାଗି ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି। ଘରେ ଘରେ ଠାକୁରଙ୍କ ପାଖରେ ମକର ଚାଉଳ ଭୋଗ ଲାଗି ହେଉଛି । ଉତ୍ତର ଭାରତରେ ଏହାକୁ ଲୋହରୀ କୁହାଯାଉଥିବା ବେଳେ ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ ।
ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଆରମ୍ଭ ହେବ ଉତ୍ତରାୟଣ ଗତି । ଏହି ଉତ୍ତରାୟଣ ସମୟ ଅତି ଶୁଭଙ୍କର ଅଟେ । ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ୟ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି ।
ମକର ସଂକ୍ରାନ୍ତି ପାଇଁ ଆଜି ଘରେ ଘରେ ପ୍ରସ୍ତୁତ ହେଉଛି ମକର ଚାଉଳ। ଲୋକମାନେ ଘରେ ଏହି ମକର ଚାଉଳକୁ ଠାକୁରଙ୍କ ପାଖରେ ଭୋଗ ଲଗାଇବା ସହ ମନ୍ଦିର ମାନଙ୍କରେ ମଧ୍ୟ ସ୍ବତନ୍ତ୍ର ଆୟୋଜନ କରାଯାଉଛି । ମକର ସଂକ୍ରାନ୍ତି ସମୟରେ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ । ଏହି ଅବସରରେ ରାଜ୍ୟର ବିଭିନ୍ନ ନଦୀରେ ଶ୍ରଦ୍ଧାଳୁମାନେ ବୁଡ ପକାଇଛନ୍ତି । ମକର ସଂକ୍ରାନ୍ତି ଅବସରରେ ଗୁଡି ଉଡାଇବାର ପରମ୍ପରା ରହିଛି ।