- ବଳଙ୍ଗା ପୋଡ଼ି ଘଟଣାକ୍ରମ: ଦାୟୀ କିଏ?
- ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଅପରାଧୀଙ୍କୁ କ୍ଲିନଚିଟ୍ ରାଜ୍ୟ ବିଜେପି ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବ...
- ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ : ଭକ୍ତ ଚରଣ ଦାସ
- ବିବାଦୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବୀ କଲା କଂଗ୍ରେସ
- ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାମ୍ବାଦିକଙ୍କୁ ମାଡ଼ରୁ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଅନୁମେୟ: ଭକ୍ତ ଦାସ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଅହଙ୍କାର ପାଇଁ ନବୀନ ବାବୁ ଆୟୁଷ୍ମାନ ଭାରତ ଲାଗୁ କରୁନଥିଲେ
ଭୁବନେଶ୍ୱର, 11 ଏପ୍ରିଲ୍ - ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ଏହି ଅବସରରେ କଟକ ବାଲିଯାତ୍ରା ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ନଡ୍ଡା କହିଛନ୍ତି ଯେ ଓଡ଼ିଶା ମାଟିରେ ଡବଲ ଇଞ୍ଜିନ ସରକାରରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହୋଇଛି । ନିର୍ବାଚନ ପ୍ରତିଶ୍ରୁତି ମୁତାବକ ବହୁତ କମ ସମୟ ଭିତରେ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କଲେ। ଏହାଇନ୍ସ୍ୟୁରାନ୍ସ ଯୋଜନା ନୁହେଁ, ଏହା ଆସ୍ୟୁରାନ୍ସ ଯୋଜନା । ଆସ୍ୟୁରାନ୍ସ ଯୋଜନାର ଅର୍ଥ କୌଣସି କମ୍ପାନୀ ଆସି ନିର୍ଣ୍ଣୟ ନେବେ ନାହିଁ, ଯେ କାହାକୁ ଚିକିତ୍ସା ସହାୟତା ଦିଆଯିବ କି ନାହିଁ । ଏହାର ନିର୍ଣ୍ଣୟ ଦେଶର ୩୦ ହଜାର ହସ୍ପିଟାଲର ଡାକ୍ତର କରିବେ। ଏହି ଅବସରରେ ଗାଁ ଗାଁକୁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟ କାର୍ଡ କରିବା ପାଇଁ ସହଯୋଗ କରନ୍ତୁ ବୋଲି ବିଧାୟକ ଓ ସାଂସଦ ମାନଙ୍କୁ ଆହ୍ୱାନ ଦେଇଛନ୍ତି ନଡ୍ଡା।
ସେ ଆହୁରି କହିଛନ୍ତି ୭ ବର୍ଷ ଧରି ନବୀନ ବାବୁଙ୍କୁ କହି ଆସୁଛି । ଯେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରନ୍ତୁ। କିନ୍ତୁ ଅହଙ୍କାର କାରଣରୁ ଲାଗୁ କରୁନଥିଲେ। ଯେଉଁଥିପାଇଁ ଓଡ଼ିଶା ଲୋକ ସେମାନଙ୍କୁ ଘରେ ବସେଇ ଦେଲେ ଓ ବିଜେପି ସରକାର ଆସିଲା ।
୩ଟି ରାଜ୍ୟରେ ଲାଗୁ ହୋଇନଥିଲା ଆୟୁଷ୍ମାନ ଭାରତ ଯୋଜନା । ଗୋଟିଏ ଥିଲା ଓଡ଼ିଶା, ଯେଉଁଠି ସରକାର ହଟିଲା ଏବଂ ପଦ୍ମ ଫୁଟିଲା । ଆଉ ଗୋଟିଏ ରାଜ୍ୟ ଥିଲା ଦିଲ୍ଲୀ । ବାରମ୍ବାର କେଜ୍ରିୱାଲଙ୍କୁ କହିବା ସତ୍ୱେ ଲାଗୁ କଲେ ନାହିଁ । ତାଙ୍କ ନାକ ଏତେ ଲମ୍ବା ଯେ ଦିଲ୍ଲୀ ଲୋକଙ୍କ ଆଗରେ ବାଧକ ସାଜିଲା ଓ ଲାଗୁ ହେବା ପାଇଁ ଦେଲେ ନାହିଁ । ଯେଉଁଥିପାଇଁ ଏଥର ନିର୍ବାଚନରେ ଦିଲ୍ଲୀ ଲୋକ କେଜ୍ରିୱାଲଙ୍କୁ ଧୂଳି ଚଟାଇ ଦେଲେ ଏବଂ ପଦ୍ମ ଫୁଟାଇ ଦେଲେ । ଆଉ ଏବେ ଦିଲ୍ଲୀରେ ବି ଲାଗୁ ହୋଇଗଲା ଆୟୁଷ୍ମାନ ଭାରତ ଯୋଜନା। ଓଡ଼ିଶାର ପଡୋଶୀ ପଶ୍ଚିମବଙ୍ଗ । ସେଠାରେ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନାହିଁ। ତେଣୁ ଏବେ ସମୟ ଆସିଯାଇଛି, ସେଠି ନି ପଦ୍ମ ଫୁଟିବ ଏବଂ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଯିଏ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ମୂଳକ ଯୋଜନାରେ ବାଧା ଦେଇଛି, ସେଠାରେ ସିଙ୍ଗିଲ ଇଞ୍ଜିନର ସମାପ୍ତ ହୁଏ ଏବଂ ଡବଲ ଇଞ୍ଜିନ ସରକାର ଆସିଯାଏ ।
ଏବେ ସୁଦ୍ଧା ଦେଶରେ ୮ କୋଟି ୯୦ ଲକ୍ଷ ଲୋକଙ୍କୁ ଚିକିତ୍ସା ସେବା ମିଳି ସାରିଲାଣି । ଓଡ଼ିଶା ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଂଚିତ ରଖାଯାଇଥିଲା । ଆଗରୁ ୬୨ ଟଙ୍କା ଜଣଙ୍କ ଚିକିତ୍ସାରେ ଖର୍ଚ୍ଚ ହେଉଥିଲା, ଏବେ ୩୯ ଟଙ୍କା ଖର୍ଚ୍ଚ ହେଉଛି । ଓଡ଼ିଶାକୁ ୧ ହଜାର ୪୧୧ କୋଟି ଟଙ୍କା ଭିତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ଦେଇଛନ୍ତି ବୋଲି କହିଛନ୍ତି ନଡ୍ଡା।