- ମାଲକାନଗିରି ମୋଟୁରୁ 'ଗାନ୍ଧୀ ପଥେ ପଦଯାତ୍ରା' ଆରମ୍ଭ: ମାଲକାନଗିରିରୁ ମୟୂରଭଞ୍ଜ ବର୍ଷବ୍ୟାପୀ ଚାଲିବ ଏହି ପଦଯାତ୍ରା
- ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨ ଓ ୩ ଦୁଇଦିନ,ନୂଆପଡ଼ା ନିର୍ବାଚନ ପରେ ଦ୍ୱିତୀୟ ପଦଯାତ୍ରା
- ମୋଦୀଙ୍କ ବକ୍ତବ୍ୟକୁ କ଼଼ଡା ସମାଲୋଚନା କଲେ ପିସିସି ସଭାପତି ଭକ୍ତ ଦାସ,କହିଲେ ଓଡିଶାର ଖଣିଖାଦାନ ଲୁଟିବାରେ ମାତିଛି...
- 'ଭୋଟ୍ ଚୋର ଗାଦି ଛାଡ' ଦସ୍ତଖତ ଅଭିଯାନ ତ୍ବରାନ୍ବିତ
- କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଗ୍ରହଣୀୟତାରେ ମୋଦୀ ଭୟଭୀତ: ଭକ୍ତ ଦାସ୍
ମାଲକାନଗିରି ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ମାଲକାନଗିରି, ୧୨ ଜାନୁଆରୀ- ମାଲକାନଗିରି ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହରେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ସୁରେଶ ସୁମାନି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଡକ୍ଟର ନାଇଜେଲ୍ ପିଟର ଓବ୍ରେନ୍ ଓ ଡକ୍ଟର ଦେବାଶିଷ ପହିଙ୍କ ଦ୍ଵାରା ସମ୍ପାଦିତ କ୍ରୀଡା ପ୍ରତିଯୋଗିତାର ସମାପନ ସମୋରୋହ ମଧ୍ୟ ଆୟୋଜିତ ହୋଇଥିଲା ତତ୍ ସହ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଡକ୍ଟର ଚିନ୍ମୟ ମହାନନ୍ଦ ବାର୍ଷିକ ବିବରଣୀ ପାଠ କରିଥିଲେ। ଡକ୍ଟର ଗୌତମସେନ ହାଁସଦା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଡ଼କ୍ଟର ରତ୍ନାକର ପରିଡ଼ା ମଞ୍ଚ ପରିଚାଳନା କରିଥିଲେ। ଡକ୍ଟର ହିମାଂଶୁ ଶେଖର ସାହୁ ଅତିଥି ସତ୍କାର ଦାୟିତ୍ଵ ନିର୍ବାହ କରିଥିଲେ। ଏଥିସହ ଡକ୍ଟର ପ୍ରସନ୍ନ କୁମାର ବରାଳ ଓ ପ୍ରୀତମ୍ ମହାଲା ଛାତ୍ରଛାତ୍ରୀମାନଙ୍କର ଶୃଙ୍ଖଳାର ତଦାରଖ କରିଥିଲେ। ଅନ୍ୟ ସମସ୍ତ ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମକୁ ଭରପୂର ଉପଭୋଗ କରିଥିଲେ।