- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
କୋଣ୍ଟା ବିଧାୟକ ଲଖମା କାବାସିଙ୍କୁ ଇଡି ପକ୍ଷରୁ ଗିରଫକୁ ମାଲକାନଗିରି ଜିଲ୍ଲା କଂଗ୍ରେସର ବିରୋଧ
ମାଲକାନଗିରି , ୧୬ ଜାନୁଆରି -ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗ ଡର କୋଣ୍ଟା ବିଧାୟକ ଲଖମା କାବାସିଙ୍କୁ ଇଡି ପକ୍ଷରୁ ଗିରଫକୁ ମାଲକାନଗିରି ଜିଲ୍ଲା କଂଗ୍ରେସ ବିରୋଧ କରିବା ସହ ପୁଲିସର ଏଭଳି ଘୃଣ୍ୟ କାମକୁ ନିନ୍ଦା କରିଛି। ସୂଚନାଯୋଗ୍ୟ, ବିଧାୟକ ଲଖମା କାବାସିଙ୍କ ଘରେ ଏବଂ ଅନ୍ୟ ସମ୍ପର୍କୀୟଙ୍କ ଘରେ ଗତ ୧୫ ଦିନ ତଳେ ଇଡି ଚଢାଉ କରିଥିଲା!
ଏହାକୁ ନେଇ ଗୁରୁବାର ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ ଭବନରେ ଏକତ୍ରିତ ହୋଇଥିଲେ। ଆୟୋଜିତ ସମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଗର୍ଜିଥିଲା। ଏଥିସହ ଛତିଶଗଡ ସରକାରଙ୍କ ବିରୋଧରେ ମଧ୍ୟ କଂଗ୍ରେସ ସ୍ବରତ୍ତୋଳନ କରିଥିଲା।
ଛତିଶଗଡ ସରକାର ହିଂସା ପରାୟଣ ହୋଇ ଏଭଳି ମିଥ୍ୟା ମାମଲାରେ କାବାସିକୁ ଜଡିତ କରି ଗିରଫ କରିବା ନିନ୍ଦନୀୟ ବୋଲି କଂଗ୍ରେସ ଅଭିଯୋଗ କରିଛି।
କଂଗ୍ରେସ କର୍ମୀମାନେ ୩୨୬ ଜାତୀୟ ରାଜପଥ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ଅମିତ ଶାହ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ବିରୋଧରେ ସ୍ଲୋଗାନ ଦେବା ସହ କୁଶପୁତ୍ତଳିକା ଦାହ କରିଥିଲେ। ତୁରନ୍ତ କାବାସିଙ୍କୁ ଖଲାସ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।
ସାମ୍ବାଦିକ ସମ୍ମିଳନୀ ଏବଂ ଆନ୍ଦୋଳନରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ,ବରିଷ୍ଠ ନେତା ମାଲା ମାଢି,ପଦ୍ମରଞ୍ଜନ ପାଙ୍ଗି,ଭୀମା ବାରସେ,ଇର୍ମା ପଡିଆମି,କେଶୁ ରାଓ,ସରୋଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।