- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଇଂଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା: ପତ୍ନୀ, ଶାଶୂ ଓ ଶଳା ଗିରଫ
ବେଙ୍ଗାଲୁରୁ: ପତ୍ନୀ ନିର୍ଯାତନାରେ ଅତିଷ୍ଠ ହୋଇ ଯୁବ ଇଂଜିନିୟର ଅତୁଲ ସୁଭାଷ (୩୪)ଙ୍କ ଆତ୍ମହତ୍ୟା ମାମଲାରେ ପୁଲିସକୁ ସଫଳତା ମିଳିଛି। ଫେରାର୍ ପତ୍ନୀ ନିକିତା ସିଂଘାନିଆ, ଶାଶୂ ନିଶା ସିଂଘାନିଆ ଓ ଶଳା ଅନୁରାଗ ସିଂଘାନିଆଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁ ହ୍ବାଇଟ୍ ଫିଲ୍ଡ୍ ଡିଭିଜନ୍ର ଡିସିପି ଶିବକୁମାର ଗିରଫ ସମ୍ପର୍କରେ ସୂଚନା ଦେଇକହିଛନ୍ତି, ମୃତ ଇଂଜିନିୟରଙ୍କ ପତ୍ନୀ ନିକିତାଙ୍କୁ ହରିୟାଣା ଗୁରୁଗାଓଁରୁ ଗିରଫ କରାଯାଇଛି। ଶାଶୂ ନିଶା ସିଂଘାନିଆ ଓ ଶଳା ଅନୁରାଗଙ୍କୁ ପ୍ରୟାଗରାଜରୁ ଗିରଫ କରାଯାଇଛି। ସେମାନଙ୍କୁ କୋର୍ଟରେ ହାଜର କରିବା ପରେ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ସୁଶୀଳ ସିଂଘାନିଆଙ୍କ ଭୂମିକା ସମ୍ପର୍କରେ ତଦନ୍ତ ଜାରି ରହିଛି।
ସେ ଫେରାର୍ ଅଛନ୍ତି, ତାଙ୍କୁ ଧରିବାକୁ ଯଥାସମ୍ଭବ ଉଦ୍ୟମ କରାଯାଉଛି। ଅପରପକ୍ଷରେ, ମୃତ ଅତୁଲ ଛାଡ଼ିଯାଇଥିବା ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍, ଭିଡିଓ ବାର୍ତ୍ତା ଓ ମୋବାଇଲ୍ ଫୋନ୍କୁ ଫରେନ୍ସିକ୍ ଲବୋରାଟୋରିକୁ ପଠାଯାଇଛି। ମୃତ ଇଂଜିନିୟରଙ୍କ ବାପା ପବନ କୁମାର ମୋଦୀ କହିଛନ୍ତି, ସେମାନେ ତାଙ୍କର ନାତିକୁ ଖୋଜି ପାଉନାହାନ୍ତି। ନିକିତା ତାଙ୍କୁ ହତ୍ୟା କରିଛି କିମ୍ବା କେଉଁଠି ଲୁଚାଇ ରଖିଛି ଜଣାପଡ଼ୁନାହିଁ। ସେମାନେ ତାଙ୍କ ନାତିକୁ ଫେରିପାଇବା ଚାହାନ୍ତି। ତାଙ୍କ ପୁଅଙ୍କ ମୃତ୍ୟୁ ପରେ ନାତି ହିଁ ତାଙ୍କର ଶେଷ ସନ୍ତକ। ନାତି ଫେରିବା ରେ ସହଯୋଗ କରିବାକୁ ସେ ପ୍ରଧାନମନ୍ତ୍ରୀ ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ଅନୁରୋଧ କରିଛନ୍ତି।