- ବିହାରର ପୂର୍ଣ୍ଣିଆରେ ‘ଭୋଟର ଅଧିକାର ଯାତ୍ରା’: ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ କଲେ ମୋଟରସାଇକେଲ ଚାଳନା
- ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍ : ହିରାକୁଦ ଜଳଭଣ୍ଡାରରୁ ୮ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
- ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
- 2035 ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ ନିର୍ମାଣ କରିବାକୁ ଯାଉଛି, ପ୍ରଥମ ମଡ୍ୟୁଲ୍ 2028 ସୁଦ୍ଧା ଲଞ୍ଚ ହେବ - ଭି ନାରା...
- ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବ କେବେ ? ଜବାବ ଦେବେ କି ଧର୍ମେନ୍ଦ୍ର ବାବୁ ? କଂଗ୍ରେସ ମାଗିଲା ଊତ୍ତର
ରାହୁଲ ଗାନ୍ଧୀଙ୍କ 'ଶିକ୍ଷା ନ୍ୟାୟ ସଂବାଦ' ସ୍ଥଳରେ ଭଙ୍ଗାରୁଜା, ବିହାର ପୋଲିସ ଛାତ୍ରମାନଙ୍କୁ ଜବରଦସ୍ତ ଘଊଡାଇ ଦେଊଥିବା ଅଭିଯୋଗ

(FM News):-- ରାହୁଲ ଗାନ୍ଧୀ ଦରଭଙ୍ଗାରେ ଛାତ୍ରମାନଙ୍କ ସହ ଶିକ୍ଷା ନ୍ୟାୟ ସଂବାଦ କରିବା ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ରୋକିବାକୁ ଚେଷ୍ଟା ଚାଲିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ସରକାର ଆୟୋଜନ ସ୍ଥଳକୁ ପୋଲିସ ପଠାଇ ଭଙ୍ଗାରୁଜା କରିବା ସହ ଛାତ୍ରମାନଙ୍କୁ ସଭାସ୍ଥଳରୁ ପୋଲିସ ସଗାଇ ଜୋରଜରଦସ୍ତ ଘଊଡାଇ ଦିଆଯାଊଥିବା ଅଭିଯୋଗ ହେଊଛି।
କଂଗ୍ରେସ ନିଜର ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି କୁହାଯାଇଛି, ଆଜି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ବିହାରର ଦରଭଙ୍ଗାରେ ଶିକ୍ଷା ନ୍ୟାୟ ସଂନାଦରେ ଛାତ୍ରମାନଙ୍କୁ ଭେଟିବାକୁ ଯାଉଥିଲେ। କିନ୍ତୁ ବିହାରର ଡବଲ ଇଞ୍ଜିନ ସରକାର ଏହାକୁ ସହି ପାରିଲେ ନାହିଁ। ସରକାର ଆୟୋଜନ ସ୍ଥଳକୁ ପୋଲିସ ପଠାଇ ଭଙ୍ଗାରୁଜା କରାଇଛନ୍ତି ଏବଂ ଛାତ୍ରମାନଙ୍କୁ ଜବରଦସ୍ତ ଫେରାଇ ଦିଆଯାଇଛି।
ଉତ୍ତମ ଶିକ୍ଷା ଛାତ୍ରମାନଙ୍କର ଅଧିକାର, ଏହା ସେମାନଙ୍କ ଅଗ୍ରଗତି ଓ ଭବିଷ୍ୟତ ଗଢ଼ିବାର ମାଧ୍ୟମ। କିନ୍ତୁ ବିହାରର ଛାତ୍ରମାନଙ୍କଠାରୁ ଏହାକୁ ଲଗାତାର ଛଡ଼ାଇ ନିଆଯାଉଛି। ଆମେ ଏହି ଅନ୍ୟାୟର ତୀବ୍ର ବିରୋଧ କରୁଛୁ। ଛାତ୍ରମାନଙ୍କ ସହ ଓ ସେମାନଙ୍କ ହିତ ପାଇଁ ଆମର ଲଢ଼େଇ ଜାରି ରହିଛି ଓ ଜାରି ରହିବ।
ବିହାର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜେଶ କୁମାର ରାହୁଲ ଗାନ୍ଧୀଙ୍କ ବିହାର ଗସ୍ତ ପୂର୍ବରୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଦରଭଙ୍ଗାରେ ସାମାଜିକ ନ୍ୟାୟ ପାଇଁ ଶିକ୍ଷା ନ୍ୟାୟ ସଂନାଦ ମାଧ୍ୟମରେ ଛାତ୍ର ଓ ଯୁବକମାନଙ୍କ ସହ ଆଲୋଚନା କରିବେ। ରାହୁଲ ଗାନ୍ଧୀ ଲଗାତାର ଜାତିଗତ ଜନଗଣନାର ଦାବି ଉଠାଉଛନ୍ତି, ଯାହାକୁ ନେଇ କେନ୍ଦ୍ର ସରକାର ନଇଁ ପଡ଼ିଛନ୍ତି ଏବଂ ଜାତିଗତ ଜନଗଣନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଦାବି:
ଜାତିଗତ ଜନଗଣନା ଯଥାଶୀଘ୍ର କରାଯାଉ।
ସଂରକ୍ଷଣର ୫୦% ସୀମା ହଟାଯାଉ।
राहुल गांधी की शिक्षा न्याय संवाद स्थल पर तोड़फोड़, बिहार की पुलिस ने राहुळ गान्धी को रोकने को कोशिश की #RahulGandhi #BiharElections pic.twitter.com/O9n1UEV9YR
Fast Mail News (@fastmailnews) May 15, 2025
ବେସରକାରୀ ଶିକ୍ଷା ଅନୁଷ୍ଠାନ ଓ ବେସରକାରୀ କମ୍ପାନୀମାନଙ୍କରେ ମଧ୍ୟ ସଂରକ୍ଷଣ ଲାଗୁ କରାଯାଉ।
ରାହୁଲ ଗାନ୍ଧୀଙ୍କର ବିହାରରେ ଆଉ ଏକ କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ସେ ସାମାଜିକ ନ୍ୟାୟର କଣ୍ଠସ୍ୱର ଉଠାଉଥିବା ଲୋକମାନଙ୍କ ସହ ଫୁଲେ ଫିଲ୍ମ ଦେଖିବେ।
ଏହାପୂର୍ବରୁ କଂଗ୍ରେସ ମୁଖପାତ୍ର ଅଭୟ ଦୁବେ ସରକାରଙ୍କ ଉପରେ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାର ଅଭିଯୋଗ ଆଣିଥିଲେ। ଦୁବେ କହିଛନ୍ତି, ଦରଭଙ୍ଗାର ଜିଲ୍ଲା କଲ୍ୟାଣ ଅଧିକାରୀ ଆମକୁ ପତ୍ର ଲେଖି ସୂଚନା ଦେଇଛନ୍ତି ଯେ ସେ ମେ ୧୫ ତାରିଖରେ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବେ ନାହିଁ। କୌଣସି କାରଣ ଦର୍ଶାଯାଇ ନାହିଁ। ଏହା ରାଜ୍ୟର ଶାସକ ଜେଡିୟୁ-ବିଜେପି ମେଣ୍ଟର ଇଙ୍ଗିତରେ ନିଆଯାଇଥିବା ଦମନମୂଳକ ପଦକ୍ଷେପ ପରି ମନେ ହେଉଛି।
ରାହୁଲଙ୍କ ରାଜ୍ୟବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ ଶିକ୍ଷା ନ୍ୟାୟ ସଂନାଦ ଅଧୀନରେ ତାଙ୍କର ଦଳିତ ଛାତ୍ରମାନଙ୍କ ସହ ଆଲୋଚନାର କାର୍ଯ୍ୟକ୍ରମ ଥିଲା।