Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ରୋଜଗାର ପ୍ରକ୍ରିୟାକୁ ନେଇ କେନ୍ଦ୍ରକୁ ସମାଲୋଚନା କଲେ ରାହୁଲଗାନ୍ଧୀ
FMNEWS.IN
11-04-2025
ନୁଆଦିଲ୍ଲୀ 11 ଅପ୍ରେଲ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ରୋଜଗାର ସହ ଜଡିତ ପ୍ରୋତ୍ସାହନ (ଇଏଲଆଇ)ଯୋଜନାର ଲାଭ ଯୁବପୀଢୀ ନ ପାଇବା ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।ସେ କହିଛନ୍ତି ଯେ ବର୍ଷ 2024ରେ ଏହି ଜିନିଷ ପାଇଁ ଆବଣ୍ଟିତ 10 ହଜାର କୋଟି ଟଙ୍କା ମଧ୍ୟ ବ୍ୟବହାର ନ କରି ଫେରାଇଦିଆଯାଇଛି।ଏହିପରି ଭାବରେ ଏହି ଯୋଜନା ଅର୍ଥହୀନ ପ୍ରମାଣିତ ହେଉଛି। ରାହୁଲ ଗାନ୍ଧୀ ଆଜି ଏକ ବିବୃତ୍ତିରେ କହିଛନ୍ତି ଯେ 2024 ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆମର ଯୁବକମାନଙ୍କୁ ନିଯୁକ୍ତିର ପ୍ରତିଶୃତି ଦେଇ ବହୁତ ଧୁମଧାମରେ ଇଏଲଆଇ ଯୋଜନାର ଘୋଷଣା କରିଥିଲେ।ଏହି ଯୋଜନା ଘୋଷଣା ହେବାର ପ୍ରାୟ ଗୋଟିଏ ବର୍ଷ ହୋଇଛି,ସରକାର ଏହାକୁ ପରିଭାଷିତ ମଧ୍ୟ କରିନାହାନ୍ତି ଏବଂ ଏଥିପାଇଁ ଆବଣ୍ଟିତ 10 ହଜାର କୋଟି ଟଙ୍କା ଫେରାଇ ଦେଇଛନ୍ତି।