BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

କୋଲକାତାରେ ହୋଟେଲରେ ଲାଗିଲା ନିଆଁ, 13 ମୃତ

FMNEWS.IN 30-04-2025
13 dead in Kolkata hotel fire

କୋଲକାତା, 30 ଏପ୍ରିଲ୍- ମହାନଗରର ମେଛୁଆ ବଜାର ସ୍ଥିତ ହୋଟେଲ ଋତୁରାଜରେ ମଙ୍ଗଳବାର ରାତିରେ ନିଆଁ ଲାଗିବା କାରଣରୁ 13ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ 7ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସୂଚନା ମିଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫୋନ ଜରିଆରେ ଅଘଟଣ ସଂପର୍କରେ ପଚାରି ବୁଝିଥିଲେ ।ସେ କୋଲକାତା ପୋଲିସ କମିଶନର ଓ ମେୟରଙ୍କୁ ପୀଡିତଙ୍କ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଆଁରେ ପୋଡି ହୋଇଥିବା ଲୋକଙ୍କୁ କୋଲକାତା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ସାଢେ 8ଟା ବେଳେ ହୋଟେଲ ଋତୁରାଜରେ ନିଆଁ ଉଠୁଥିବାର ଦେଖାଯାଇଥିଲା । ଏହାପରେ ଦମକଳ ବିଭାଗକୁ ସୂଚିତ କରାଯାଇଛି । ଦମକଳ ବିଭାଗର ପ୍ରାୟ 10ଟି ଗାଡି ପହଂଚିଥିଲା । ଏହା ବହୁତ ପୁରୁଣା ହୋଟେଲ ଅଟେ । ହୋଟେଲର ପ୍ରଥମ ମହଲାରେ ଏକ ଗୋଦାମ ଓ ଦ୍ୱିତୀୟ ମହାଲାରେ ଏକ ରେସ୍ତୁରାଁ ଅଛି । ତୃତୀୟରୁ ଷଷ୍ଠ ମହଲାରେ ଘର ଓ କର୍ମଚାରୀଙ୍କ କ୍ୱାର୍ଟର ରହିଛି । ହୋଟେଲରେ ରହୁଥିବା କିଛି ଲୋକ ଛାତକୁ ପଳାଇଥିଲେ କିନ୍ତୁ କିଛି ଲୋକ ଫସିରହିଛନ୍ତି । ପ୍ରାୟ ସାଢେ 11ଟା ବେଳେ ନିଆଁ ଲିଭାଯାଇଥିଲା ।