- ବିହାରର ପୂର୍ଣ୍ଣିଆରେ ‘ଭୋଟର ଅଧିକାର ଯାତ୍ରା’: ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ କଲେ ମୋଟରସାଇକେଲ ଚାଳନା
- ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍ : ହିରାକୁଦ ଜଳଭଣ୍ଡାରରୁ ୮ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
- ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
- 2035 ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ ନିର୍ମାଣ କରିବାକୁ ଯାଉଛି, ପ୍ରଥମ ମଡ୍ୟୁଲ୍ 2028 ସୁଦ୍ଧା ଲଞ୍ଚ ହେବ - ଭି ନାରା...
- ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବ କେବେ ? ଜବାବ ଦେବେ କି ଧର୍ମେନ୍ଦ୍ର ବାବୁ ? କଂଗ୍ରେସ ମାଗିଲା ଊତ୍ତର
ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା : ବସ୍-ଟ୍ରକ୍ ଧକ୍କାରେ 20 ଜଣ ଆହତ, ଅନେକ ଗୁରୁତର

(FMNews):- ଗୁରୁବାର ସକାଳେ ରାଜସ୍ଥାନର ଡାଉସା ଏକ୍ସପ୍ରେସ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟି ଏଥିରେ 20 ଜଣ ଆହତ ହୋଇଛନ୍ତି।ଘଟଣାରୁ ଜମାଯାଇଛି ଆଜି ସକାଳେ ଏକ ବସ୍ ଏବଂ ଟ୍ରେଲର ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଯାତ୍ରୀବାହୀ ବସ୍ ଉଜୈ ନରୁ ଦିଲ୍ଲୀ ଯାଉଥିଲା। ବସ୍ ଯାତ୍ରୀମାନେ ମହାକଲେଶ୍ୱର ପରିଦର୍ଶନ କରିବା ପରେ ଘରକୁ ଫେରୁଥିଲେ। ଅନେକଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ସମସ୍ତଙ୍କୁ ଡାଉସାସ୍ଥିତ ରାମକରନ୍ ଯୋଶୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ନାଙ୍ଗଲ ରାଜୱାଟନ ଡେପୁଟି ଏସପି ଚାରୁଲ ଗୁପ୍ତା କହିଛନ୍ତି ଯେ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ର ସ୍ତମ୍ଭ ନମ୍ବର 198 ରେ ଏହି ସଡକ ଦୁର୍ଘଟଣା ଘଟିଛି। ସକାଳେ ବହୁତ କୁହୁଡି ହୋଇଥିଲା। ଏହି ସମୟରେ ଭକ୍ତଙ୍କ ଭରା ଏକ ବସ୍ ଉଜୈନୀରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। ଏହି ବସ୍ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ 20 ଜଣ ଆହତ ହୋଇଥିବା ସେ କହିଛନ୍ତି, ଯେଉଁଥିରୁ 4 ଜଣଙ୍କ ଅବସ୍ଥା ଗୁରୁତର ରହିଛି | ଏଥିରେ 12 ଜଣଙ୍କୁ ଜୟପୁରକୁ ରେଫର୍ କରାଯାଇଛି | ଅଧିକାଂଶ ବସ୍ ଯାତ୍ରୀ ଦିଲ୍ଲୀର ବାସିନ୍ଦା ଥିଲେ। ତିନିଜଣ ମହିଳା ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।