Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ମଧ୍ୟପ୍ରଦେଶର ବିଦିଶାରେ ଓଲଟିଲା ବରଯାତ୍ରୀଙ୍କ ପିକଅପ ଭ୍ୟାନ, 4 ମୃତ
FMNEWS.IN
02-05-2025
ବିଦିଶା, 2 ମେ : - ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ସିରୋଂଜ ତହସିଲ ଅଂଚଳରେ ମଦାଗନ ଘାଟିରେ ଗୁରୁବାର ବିଳମ୍ବିତ ରାତିରେ ବରଯାତ୍ରୀଙ୍କ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟିପଡିଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ 4ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 12ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆହତଙ୍କ ମଧ୍ୟରୁ 5ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୋଲିସ ମାମଲାର ଛାନଭିନ କରୁଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପୀଡିତଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।