Breaking News
- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ହରିଦ୍ବାରରେ ଟ୍ରକ୍ - କାର୍ ଧକ୍କା : ହରିୟାଣାର ୪ ଯୁବକଙ୍କ ମୃତ୍ୟୁ
FMNEWS.IN
02-01-2025
ହରିଦ୍ୱାର, ୨ ଜାନୁଆରୀ - ହରିଦ୍ବାର- ଦିଲ୍ଲୀ ହାଇୱେରେ ଗତକାଲି ବିଳମ୍ବିତ ରାତିରେ ବହଦରାବାଦ ଥାନା ପୂର୍ବରୁ ଶନିଦେବ ମନ୍ଦିର ନିକଟରେ ଏକ କାର୍ ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ଏକ ଟ୍ରକ୍ କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କାର୍ ରେ ଯାତ୍ରା କରୁଥିବା ରେବାଡ଼ି (ହରିୟାଣା)ର ୪ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ଏମ୍ସ ରେ ଭର୍ତି କରାଯାଇଛି । ମୃତକ ମାନେ ହେଲେ କେୟର ସିଂହ (୩୫), ଆଦିତ୍ୟ ସିଂହ (୩୮), ମନୀଷ (୩୬)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଆହତ ୨ ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତି କରାଯାଇଛି । ହେଲେ ସେଠାରେ ଡାକ୍ତର ୪୦ ବର୍ଷିୟ ପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ । ଆହତ ମହିପାଲଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକ ମାନଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ କରୁଛି ।