Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଗଙ୍ଗା ସାଗର ମେଳାରେ 55ଲକ୍ଷ ଭକ୍ତ ପକାଇଛନ୍ତି ବିଶ୍ୱାସର ବୁଡ,ଛଅଜଣଙ୍କ ମୃତ୍ୟୁ
FMNEWS.IN
16-01-2025
କୋଲକାତା16 ଜାନୁଆରୀ -ମକର ସଂକ୍ରାନ୍ତିର ଶୁଭ ଅବସରରେ ଗଙ୍ଗାସାଗରରେ ଏହି ବର୍ଷ 55 ଲକ୍ଷ ଭକ୍ତ ପବିତ୍ର ସ୍ନାନ କରିଥିଲେ।ପଶ୍ଚିମବଙ୍ଗ ସରକାର ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ଜାରି ବିବୃତ୍ତିରେ କୁହାଯାଇଛି ଯେ ମଙ୍ଗଳବାର ଅପରାହ୍ନ ସୁଦ୍ଧା 30 ଲକ୍ଷ ଭକ୍ତ ସ୍ନାନ କରିସାରିଥିବାବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା 55 ଲକ୍ଷରେ ପହଁଞ୍ଚିଛି।ସ୍ନାନର ଶୁଭ ମୁହୁର୍ତ୍ତ 14 ଜାନୁଆରୀ ସକାଳ 6.58 ସମୟରେ ଆରମ୍ଭ ହୋଇ ପରବର୍ତ୍ତୀ 24ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା।ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତ ଗଙ୍ଗାସାଗରରେ ବୁଡ ପକାଇବା ପରେ ଫେରିବା ଆରମ୍ଭ କରିଛନ୍ତି।ରାଜ୍ୟ ସରକାର ଦାବି କରିଛନ୍ତି ଯେ ଚଳିତବର୍ଷ 1 ଜାନୁଆରୀ ରୁ 15 ଜାନୁଆରୀ ମଧ୍ୟରେ ଗଙ୍ଗାସାଗର ମେଳାରେ ସରକାରଙ୍କ ଦ୍ୱାରା କରାଯାଇଥିବା ଚମତ୍କାର ବ୍ୟବସ୍ଥା ମଧ୍ୟରେ ଲୋକମାନେ ପବିତ୍ର ସ୍ନାନ କରିଛନ୍ତି।