Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଗଙ୍ଗା ସାଗର ମେଳାରେ 55ଲକ୍ଷ ଭକ୍ତ ପକାଇଛନ୍ତି ବିଶ୍ୱାସର ବୁଡ,ଛଅଜଣଙ୍କ ମୃତ୍ୟୁ
FMNEWS.IN
16-01-2025
କୋଲକାତା16 ଜାନୁଆରୀ -ମକର ସଂକ୍ରାନ୍ତିର ଶୁଭ ଅବସରରେ ଗଙ୍ଗାସାଗରରେ ଏହି ବର୍ଷ 55 ଲକ୍ଷ ଭକ୍ତ ପବିତ୍ର ସ୍ନାନ କରିଥିଲେ।ପଶ୍ଚିମବଙ୍ଗ ସରକାର ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ଜାରି ବିବୃତ୍ତିରେ କୁହାଯାଇଛି ଯେ ମଙ୍ଗଳବାର ଅପରାହ୍ନ ସୁଦ୍ଧା 30 ଲକ୍ଷ ଭକ୍ତ ସ୍ନାନ କରିସାରିଥିବାବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା 55 ଲକ୍ଷରେ ପହଁଞ୍ଚିଛି।ସ୍ନାନର ଶୁଭ ମୁହୁର୍ତ୍ତ 14 ଜାନୁଆରୀ ସକାଳ 6.58 ସମୟରେ ଆରମ୍ଭ ହୋଇ ପରବର୍ତ୍ତୀ 24ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା।ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତ ଗଙ୍ଗାସାଗରରେ ବୁଡ ପକାଇବା ପରେ ଫେରିବା ଆରମ୍ଭ କରିଛନ୍ତି।ରାଜ୍ୟ ସରକାର ଦାବି କରିଛନ୍ତି ଯେ ଚଳିତବର୍ଷ 1 ଜାନୁଆରୀ ରୁ 15 ଜାନୁଆରୀ ମଧ୍ୟରେ ଗଙ୍ଗାସାଗର ମେଳାରେ ସରକାରଙ୍କ ଦ୍ୱାରା କରାଯାଇଥିବା ଚମତ୍କାର ବ୍ୟବସ୍ଥା ମଧ୍ୟରେ ଲୋକମାନେ ପବିତ୍ର ସ୍ନାନ କରିଛନ୍ତି।