Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଉତ୍ତର ପ୍ରଦେଶରେ ଭୟାବହ ସଡକ ଦୁର୍ଘଟଣାରେ 5 ମୃତ, ଜଣେ ଆହତ
FMNEWS.IN
15-06-2025
ଆମେଠି, 15 ଜୁନ୍ - ଉତ୍ତର ପ୍ରଦେଶର ଆମେଠି ଜିଲ୍ଲାରେ ରବିବାର ସକାଳେ ଏକ ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଏକ ପିକଅପ୍ ଭ୍ୟାନ ସହ ଧକ୍କା ହୋଇଛି, ଫଳରେ ଆମ୍ବୁଲାନ୍ସରେ ଥିବା 6 ଜଣ ମଧ୍ୟରୁ 5 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଉଦ୍ଧାର ଓ ରେସକ୍ୟୁ କାର୍ଯ୍ୟ ଆରମ୍ଭ କରିଛି ଓ ଦୁର୍ଘଟଣାଗ୍ରସ୍ତ ଯାନକୁ ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରୁ ହଟାଇ ସଡ଼କ ଖାଲି କରାଯାଉଛି। ବଜାର ଶୁକୁଲ୍ ଥାନା ଅଧିକାରୀ ଅଭିନେଷ କୁମାର କହିଛନ୍ତି ଯେ ଏହି ଘଟଣା ରବିବାର ସକାଳ ପ୍ରାୟ 6ଟା ସମୟରେ ଘଟିଛି । ହରିୟାଣାରୁ ଏକ ମୃତଦେହକୁ ନେଇ ଏକ ପରିବାର ଆମ୍ବୁଲାନ୍ସ ଯୋଗେ ବିହାର ଯାଉଥିଲେ। ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେ ଉପରେ ସାମ୍ନାରେ ଯାଉଥିବା ପିକଅପ୍ ଭ୍ୟାନ୍କୁ ଆମ୍ବୁଲାନ୍ସ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟାନକ ଥିଲା ଯେ ଆମ୍ବୁଲାନ୍ସ ଭିତରେ ଥିବା 6 ଜଣଙ୍କ ମଧ୍ୟରୁ 5 ଜଣ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଏବଂ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି।