Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ତେଲେଙ୍ଗାନାର ବାସରରେ ଗୋଦାବରୀ ନଦୀରେ ବୁଡିବା କାରଣରୁ ହାଇଦ୍ରାବାଦର 5ଜଣ ଯୁବକଙ୍କ ମୃତ୍ୟୁ
FMNEWS.IN
16-06-2025
ବାସର -- ତେଲେଙ୍ଗାନାର ନିର୍ମଳ ଜିଲ୍ଲାର ବାସର ତୀର୍ଥସ୍ଥଳୀରେ ଗୋଦାବରୀ ନଦୀ କୂଳରେ ସ୍ନାନ କରୁଥିବା ବେଳେ ପାଞ୍ଚ ଯୁବକଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଏକେ ପରିବାରର ଥିଲେ। ଗୋଦାବରୀ ନଦୀ କୂଳରେ ଅବସ୍ଥିତ ସରସ୍ୱତୀ ମାତାଙ୍କ ଏହି ମନ୍ଦିରଟି ପ୍ରାଚୀନ ଅଟେ । ଶିଶୁମାନଙ୍କର ଶିକ୍ଷା ଆରମ୍ଭ କରିବା ପୂର୍ବରୁ ଏଠାରେ ଅକ୍ଷରାଭିଷେକ ପାଇଁ ଆଣାଯାଏ। ଏଠାରେ ଶିଶୁଙ୍କର ଜୀବନର ପ୍ରଥମ ଅକ୍ଷର ଲେଖିଲେ ତାଙ୍କର ଶିକ୍ଷାଜୀବନ ସଫଳ ହୁଏ ବୋଲି ମାନ୍ୟତା ଅଛି। ଏହି କ୍ରମରେ ହାଇଦ୍ରାବାଦରୁ ତିନୋଟି ପରିବାରର 18 ଜଣ ସଦସ୍ୟ ଏହି ଧାର୍ମିକ କାର୍ଯ୍ୟକ୍ରମ ପାଇଁ ବାସରରେ ପହଁଚିଥିଲେ। ଏହାରି ମଧ୍ୟରେ ଗୋଦାବରୀ ନଦୀରେ ସ୍ନାନ କରୁଥିବା ବେଳେ ପାଞ୍ଚ ଯୁବକଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର ଥିଲେ। ସେମାନଙ୍କର ପରିଚୟ ହାଇଦ୍ରାବାଦର ଛିଂତଲ ଅଞ୍ଚଳର ବାସିନ୍ଦା ରାକେଶ, ବିନୋଦ, ମଦନ, ରୁତିକ ଓ ଭାରତ । ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ଭୈଁସା ସରକାରୀ ହସ୍ପିଟାଲକୁ ପଠାଯାଇଛି।