Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ରାଜସ୍ଥାନରେ ବସ-କାର ଧକ୍କାରେ 5 ମୃତ, 15 ଆହତ
FMNEWS.IN
25-12-2024
କରୌଲି, 25 ଡିସେମ୍ବର:- କରୌଲି ଜିଲ୍ଲାର କରୌଲି-ଗଙ୍ଗାପୁର ରାସ୍ତାରେ ମଙ୍ଗଳବାର ରାତିରେ ଭୟାବହ ସଡକ ଦୁର୍ଘଟଣାରେ 5ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସଲେମପୁର ଗାଁ ନିକଟରେ ଏହି ଘଟଣା ଘଟିଛି, ଯେଉଁଠାରେ ଦ୍ରୁତଗତିରେ ଆସୁଥିବା ବସ କାରକୁ ଧକ୍କା ଦେଇଛି । ଦୁର୍ଘଟଣାରେ କାରରେ ଥିବା 5ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି, 15ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
କାର ଗଙ୍ଗାପୁରରୁ କରୌଲି ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଦ୍ରୁତଗତିରେ ବିପରୀତ ଦିଗରୁ ଆସୁଥିବା ବସ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା, ଯେ ସଂପୂର୍ଣ୍ଣ ଭାବେ କାରଟି ନଷ୍ଟ ହୋଇଯାଇଛି । ସମସ୍ତ ମୃତକ ମଧ୍ୟପ୍ରଦେଶ ଇନ୍ଦୋରର ବାସିନ୍ଦା ହୋଇଥିବା ବେଳେ ଏବେ ଭଦୋଦରାରେ ରହୁଥିଲେ ।