Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମଧ୍ୟପ୍ରଦେଶରେ ନୌକା ପଲଟି 7 ଶ୍ରଦ୍ଧାଳୁ ମୃତ
FMNEWS.IN
19-03-2025
ଶିବପୁରୀ, 19 ମାର୍ଚ୍ଚ- ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଖନିୟାଧାନା ଥାନା ଅନ୍ତର୍ଗତ ରଜାୱ ଗାଁରେ ମଙ୍ଗଳବାର ସନ୍ଧ୍ୟା ମାତାଟିଲା ଡ୍ୟାମର କ୍ୟାଚମେଟ ଅଂଚଳରେ ଶ୍ରଦ୍ଧାଳୁଙ୍କ ନୌକା ପଲଟିବା କାରଣରୁ 7ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାୟ 24 ଘଂଟା ଧରି ଚାଲିଥିବା ରେସକ୍ୟୁ ଅପରେସନ ବୁଧବାର ବୁଡାଳିମାନେ ସମସ୍ତ 7ଟି ମୃତଦେହ ଜବତ କରିଛନ୍ତି । ଏହାପରେ ରେସକ୍ୟୁ ଅପରେସନ ଶେଷ କରାଯାଇଛି । ମୁଖ୍ୟମନ୍ତ୍ରୀ ଡ.ମୋହନ ଯାଦବ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ପରିଜନଙ୍କୁ ଦୁଇ ଦୁଇ ଲକ୍ଷର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ସେ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ପୋଲିସ ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟା ପ୍ରାୟ 5ଟା ବେଳେ ରଜାୱନ ଗାଁର 15ଜଣ ଲୋକ ନୌକାରେ ଡ୍ୟାମ ମଧ୍ୟରେ ଥିବା ଟାପୁ ସ୍ଥିତ ସିଦ୍ଧ ବାବା ମନ୍ଦିର ହୋଲିର ଫାଗ ପାଇଁ ଯାଉଥିଲେ । ମନ୍ଦିରରେ ପହଂଚିବା ପୂର୍ବରୁ ନୌକାଟି ପଲଟିଯାଇଥିଲା ।