Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ମଧ୍ୟପ୍ରଦେଶରେ ନୌକା ପଲଟି 7 ଶ୍ରଦ୍ଧାଳୁ ମୃତ
FMNEWS.IN
19-03-2025
ଶିବପୁରୀ, 19 ମାର୍ଚ୍ଚ- ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଖନିୟାଧାନା ଥାନା ଅନ୍ତର୍ଗତ ରଜାୱ ଗାଁରେ ମଙ୍ଗଳବାର ସନ୍ଧ୍ୟା ମାତାଟିଲା ଡ୍ୟାମର କ୍ୟାଚମେଟ ଅଂଚଳରେ ଶ୍ରଦ୍ଧାଳୁଙ୍କ ନୌକା ପଲଟିବା କାରଣରୁ 7ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାୟ 24 ଘଂଟା ଧରି ଚାଲିଥିବା ରେସକ୍ୟୁ ଅପରେସନ ବୁଧବାର ବୁଡାଳିମାନେ ସମସ୍ତ 7ଟି ମୃତଦେହ ଜବତ କରିଛନ୍ତି । ଏହାପରେ ରେସକ୍ୟୁ ଅପରେସନ ଶେଷ କରାଯାଇଛି । ମୁଖ୍ୟମନ୍ତ୍ରୀ ଡ.ମୋହନ ଯାଦବ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ପରିଜନଙ୍କୁ ଦୁଇ ଦୁଇ ଲକ୍ଷର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ସେ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ପୋଲିସ ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟା ପ୍ରାୟ 5ଟା ବେଳେ ରଜାୱନ ଗାଁର 15ଜଣ ଲୋକ ନୌକାରେ ଡ୍ୟାମ ମଧ୍ୟରେ ଥିବା ଟାପୁ ସ୍ଥିତ ସିଦ୍ଧ ବାବା ମନ୍ଦିର ହୋଲିର ଫାଗ ପାଇଁ ଯାଉଥିଲେ । ମନ୍ଦିରରେ ପହଂଚିବା ପୂର୍ବରୁ ନୌକାଟି ପଲଟିଯାଇଥିଲା ।