- ଆଜିଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା : ଶ୍ରୀମନ୍ଦିର ଓ ମଠ ମନ୍ଦିରରେ ଝୁଲଣ କୁଞ୍ଜରେ ଝୁଲିବେ ମହାପ୍ରଭୁଙ୍କ ଚଳନ୍ତି ପ୍...
- ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗ, ଗଙ୍ଗା ରାମ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ
- ତଦନ୍ତ ବାଟବଣା ନ ହେବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
- ଆଜି ଶ୍ରାବଣ ଶେଷ ସୋମବାର, ଚାରିଆଡ ଶିବମୟ
- ବଳଙ୍ଗା ପୋଡ଼ି ଘଟଣାକ୍ରମ: ଦାୟୀ କିଏ?
ମୁଖ୍ୟମନ୍ତ୍ରୀଙ୍କ ସିଭିଲ୍ ଲାଇନ ସ୍ଥିତ ବାସଭବନ ବାହାରେ ଆପ୍ ନେତାଙ୍କ ଧାରଣା

ନୂଆଦିଲ୍ଲୀ, 8 ଜାନୁଆରି - ଦିଲ୍ଲୀରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି । ବଜେପି ଲଗାତର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କାଚମହଲ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ନେଇ ଟାର୍ଗେଟ କରିଛି । ଅନ୍ୟପଟେ ଆପ୍ ମୁଖ୍ୟମନ୍ତ୍ରୀ ଆତିଶି ବଙ୍ଗଲା ଖାଲି କରିବାକୁ ନେଇ ବିଜେପି ଉପରେ ନିଶାନା ସାଧିଛନ୍ତି । ଏହି କ୍ରମରେ ବୁଧବାର ଆପ୍ ସାଂସଦ ସଂଜୟ ସିଂହ ଓ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସୌରଭ ଭରଦ୍ୱାଜ ମନ୍ତ୍ରୀଙ୍କ ସିଭିଲ ଲାଇନ ସ୍ଥିତ ବାସଭବନ ବାହାରେ ଧାରଣା ଦେଇଛନ୍ତି । ଏହାପରେ ଉଭୟ ନେତା 7, ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ଧାରଣା ଦେଇଥିଲେ ।
ସୌରଭ ଭାରଦ୍ୱାଜ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କର ସରକାରୀ ଆବାସ କରୋନା ସମୟରେ ତିଆରି ହୋଇଥିଲା କିନ୍ତୁ ଏଥିରେ କୌଣସି ଅନିୟମିତତା ନାହିଁ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଭୟଙ୍କର ସରକାରୀ ଆବାସ କରଦାତାଙ୍କର ଧନରେ ତିଆରି ହୋଇଛି। ଯଦି କର ସମ୍ପର୍କିତ ଖର୍ଚ୍ଚର ଅପବ୍ୟୟ ବିଷୟ ଉଠୁଛି,ତେବେ ସେହି ସମସ୍ୟା ଉଭୟଙ୍କ ଆବାସରେ ଉଠିବା ଉଚିତ, କେବଳ ମୁଖ୍ୟମନ୍ତ୍ରୀଙ୍କର ଆବାସ ପାଇଁ ନୁହେଁ। ସେ କହିଛନ୍ତି ଯେ ଆମକୁ ଦିଲ୍ଲୀ ପୋଲିସ୍ ରୋକୁଛି।
ପ୍ରଶ୍ନ ଏହା ଯେ ସେମାନେ କାହିଁକି ଚାହୁଁନାହାନ୍ତି ଯେ ଲୋକମାନେ ପ୍ରଧାନମନ୍ତ୍ରୀଙ୍କର ଆବାସ ଦେଖିବେ ନାହିଁ।